
ଉମରକୋଟ /ରାଇଘର : ବନଭୂମି ସହିତ ମନୁଷ୍ୟର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି। ଦିନେ ବନଭୂମିରେ ହିଁ ସଭ୍ୟତାର ପ୍ରଥମ ସୂର୍ଯ୍ୟଦୟ ହୋଇଥିଲା। ମନୁଷ୍ୟର କ୍ରୋମନ୍ନତି ସଭ୍ୟତା ସଂସ୍କୃତିର ପରିପୃଷ୍ଟ ପାଇଁ ବନର ଦାନ ମହାନ ଓ ଅବିସ୍ୱରଣୀୟ। ସମୟକ୍ରମେ ବନଭୂମି ଗଡି ଉଠିଲା ଗୁରୁକୁଳାଶ୍ରମ ଓ ଜ୍ଞାନର ପ୍ରବାହିତ ଧାରାକୁ ପ୍ଲାବିତ କଲା। ଏହି ସୁନ୍ଦର ସବୁଜ ମନମୋହନୀ ବନଭୂମି ହେଲା ତପସ୍ୟାରନର ପ୍ରଧାନ କ୍ଷେତ୍ର। ଆଧ୍ୟାମିକତାର ସୌରବ ଏଇ ବନଭୂମିକୁ ବିଛୁରିତ ହୋଇ ଦିଗବିଦିଗକୁ ଆମୋଦିତ କଲା। ସେଇ ବନଭୂମି ପୁଣି ଆଜି ଯାନ୍ତ୍ରିକ ସଭ୍ୟତାରେ ଲାଭ କଲା ହତଶ୍ରୀ। ଏହାର କୁପରିଣତି ବିଶ୍ୱ ପରିବେଶକୁ ପରିଵର୍ତ୍ତିତ କଲା। ଫଳରେ ଧଂସାଭିମୁଖୀ ମାନବ ସଭ୍ୟତାର ସଂସ୍ଥିତି ଓ ସୁରକ୍ଷା ସହିତ ସଂଲିଷ୍ଟ ବନଭୂମିର ସୁରକ୍ଷା ଆବଶ୍ୟକ ମନେହେଲା କହି କହୁଛନ୍ତି ଆଜିର “ନାରୀ ଦେଶର ଶ୍ରୀ”। ଏଥିପାଇଁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଉଦ୍ୟମ ଆରମ୍ଭ ହୁଏ। ୧୯୫୦ ଜୁଲାଇ ମାସରେ ଭାରତ ସରକାର ପ୍ରଥମ କରି ବନମହୋତ୍ସବ ପାଳନ କରନ୍ତି। ଏହି ବନମହୋତ୍ସବ ହିଁ ବନିକରଣ ଓ ଧ୍ବଂସପ୍ରାପ୍ତ ବନର ନବୀକରଣ ଓ ନୂତନ ଜଙ୍ଗଳ ସୃଷ୍ଟି ବନିକରଣର ପ୍ରଧାନ ଲକ୍ଷ। ବନିକରନର ଅର୍ଥ ସାମୁହିକ ବୃକ୍ଷରୋପଣ, ଏହି ଚିନ୍ତା ମଣିଷ ମନରୁ ଦୁରେଇ ଯାଇଥିବା ହେତୁ ଆଜି ଜଙ୍ଗଳ ଅତ୍ୟାଚାରର ଶିକାର ହୋଇଅଛି। ଘନ ଜନାଜିନ୍ନଜଙ୍ଗଳ ସ୍ଥାନରେ ମରୁଭୂମି ମୁଣ୍ଡ ଟେକିଛି। ବନଭୂମି ଅଧ୍ୟୁଷିତ ଅଧିବାସୀ ପୋଡୁଚାଷ ପାଇଁ ଜଙ୍ଗଳ କାଟି ପଦା କରିଥାନ୍ତି, ଅପରପକ୍ଷେ ଭୂମିହୀନ ତଥା ସରକାରୀ କର୍ମଚାରୀଙ୍କୁ ଜମି ପାଟ ଦାନ ଆଦି ଜଙ୍ଗଳ ଧ୍ବଂସ ସମସ୍ୱାକୁ ଦ୍ରୁତତର କରାଉଛି।ଜଲବାୟୁର ପରିବର୍ତନ ମଧ୍ୟ ବନ ଉପରେ ନିର୍ଭର କରିଥାଏ। ଜଙ୍ଗଳ ଧ୍ବଂସ ଯୋଗୁଁ ମେସୋପୋତାମିଆଁ ଧ୍ବଂସ ଫାଇଲ।
ସୂଚନା ପ୍ରକାରେ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ନାକଟିସିମୋଡା ଗାଁରେ ଆନୁମାନିକ ପ୍ରାୟ ୫୦୦ ପରିବାର ବସବାସ କରୁଛନ୍ତି।ଦିନକୁ ଦିନ ଜଙ୍ଗଳ ଧ୍ବଂସ ହେବାରୁ ଜଙ୍ଗଳ ପ୍ରତି ଗ୍ରାମବାସୀଙ୍କ ଦାୟିତ୍ୱ ରହିଥିବାରୁ ସେମାନେ ନିଜ ନିଜ ଭିତରେ ତିନି ଲୋକ୍ଷ ଟଙ୍କା ଚାନ୍ଦା ଆଦାୟ କରି ଗ୍ରାମ୍ୟ ଜଙ୍ଗଳରେ ତାର କଣ୍ଟା ଦେଇ ବାଡ଼ ଦେଇଛନ୍ତି। କେବଳ ଗ୍ରାମ୍ୟ ଜଙ୍ଗଳ ନୁହେଁ ଗ୍ରାମକୁ ଲାଗି ରହିଥିବା ୨୦୦ ହେକ୍ଟର ସଂରକ୍ଷିତ ଜଙ୍ଗଳକୁ ମଧ୍ୟ ସୁରକ୍ଷା ଦେଇ ଆସୁଛନ୍ତି। ଦୁଇ ବର୍ଷ ତଳେ ଗାଁ ଲୋକ ମିଶି ପ୍ରାୟ ୧୦୦ ହେକ୍ଟର ଜଙ୍ଗଳ ଜମି ଜବର ଦଖଳରୁ ମୁକ୍ତ କରିଥିଲେ। ଚଳିତ ବର୍ଷ ବନସୁରକ୍ଷା ସମିତି ଓ ବନବିଭାଗର ମିଳିତ ଉଦ୍ୟମରେ ଉଦ୍ଦାର ହୋଇଥିବା ଏହି ୧୦୦ ହେକ୍ଟର ଜଙ୍ଗଳ ଜମିରେ ବୃକ୍ଷରୋପଣ କରାଯିବ ବୋଲି କୁନ୍ଦେଇ ଫରେଷ୍ଟର ହରିହର ବ୍ରହ୍ମା କହିଛନ୍ତି। ବ୍ରହ୍ମା କହିଛନ୍ତି ତାଙ୍କ ୨୫ ବର୍ଷ ଚାକରି କାଳ ମଧ୍ୟରେ ଜଙ୍ଗଳ ସୁରକ୍ଷା ପାଇଁ ମହିଳା ଓ ଗାଁ ଲୋକଙ୍କ ଏ ପରି ତତ୍ପରତା କେବେ ହେଲେ ଦେଖି ନାହାନ୍ତି। ବନବିଭାଗର ସମସ୍ତ ଯୋଜନାକୁ ଗ୍ରାମର ମହିଳା ମାନେ ମହାନତା ଦେଖେଇ ସକ୍ରିୟଭାବେ ସହୁଯୋଗ କରୁଛନ୍ତି। ଏ ସମ୍ପର୍କରେ ଡି ଏଫ ଓ ନବରଙ୍ଗପୁର, ଶ୍ରୀ ଶୁଭେନ୍ଦୁ ପ୍ରସାଦ ବେହେରା କହିଛନ୍ତି, ଏହି ନବରଙ୍ଗପୁର ଜ଼ିଲ୍ଲାରେ ଜଙ୍ଗଳ ସୁରକ୍ଷା ପାଇଁ ଲୋକଙ୍କ ସଚେନତା ବୃଦ୍ଧି ପାଇବା ପରିଲୋକ୍ଷିତ।ଗ୍ରାମର ମହିଳାମାନଙ୍କ ଉଦ୍ୟମ ବେଶ ପ୍ରସଂସନୀୟ ବୋଲି ନବରଙ୍ଗପୁର ଜ଼ିଲ୍ଲା ସହ ରାଇଘର ବ୍ଲକର ବୁଢ଼ୀଜୀବି ମହଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।ଆଜିର ଧ୍ୱନିହେଉ ” ଛୁଆ ଗୋଟିଏ ଗଛ ଗୋଟିଏ” ” ବୃକ୍ଷରୁ ଜଳ, ଜଳରୁ ଶସ୍ୟ ଓ ଶସ୍ୟ ହିଁ ଜୀବନ “।