ବେଲଘର ସୁସମାଚାର ମହୋତ୍ସବକୁ ନେଇ ଅସନ୍ତୋଷ : ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ନେଇ ଚାପା ଉତ୍ତେଜନା, କଡା ସୁରକ୍ଷା…

ଏସପି,ଏସଡିପିଓ , ଦୁଇ ଡିଏସପି , ଦୁଇ ଆଇଆଇସି ସମେତ ୨ ପ୍ଲାଟୁନ ଫୋର୍ସ ମୃତୟନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟସ୍ଥ ଝାଲିପଡା ଠାରେ ଦୁଇ ଦିନିଆ ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି । ବୁଧବାର ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଏହି ସଭାକୁ ପଞ୍ଜାବ ରୁ ଧର୍ମ ଜାଜକ କିଶୋର ସାଗର ଓ ରାୟଗଡା ରୁ ଇସ୍ରାଇଲ କୋଷଲା ଆସି ଧର୍ମ ବାଣୀ ପ୍ରଦାନ କରିଥିଲେ । ସ୍ଥାନୀୟ କର୍ଣ୍ଣେଲିୟ ନାୟକ ସଭା ପରିଚାଳନା କରିଥିବା ବେଳେ ବନାମ୍ର ନାୟକ ସହଯୋଗ କରିଥିଲେ । ଉତ୍ତେଜନା କୁ ଆଖି ଆଗରେ ରଖି ସଭା ସ୍ଥଳରେ ମାଜିଷ୍ଟେଟ ଦାୟିତ୍ଵ ରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନା , ବାଲିଗୁଡା ଉପ ଜିଲ୍ଲାପାଳ କାର୍ଯ୍ୟଳୟ ର ଅତିରିକ୍ତ ଜିଲ୍ଲାପାଳ ଧୀରଜ ପାତ୍ର , ତହସିଲଦାର ଙ୍କ ସମେତ ଡିଏସପି ଗୋବିନ୍ଦ ଚନ୍ଦ୍ର ବୁର୍ଦା , ଅରୁଣ କୁମାର ନାୟକ ,ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲେ । ଘଟଣା କୁ ନଜରରେ ରଖି କନ୍ଧମାଳ ଏସପି ହରିଶ ବିଶି ଓ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ପହଞ୍ଚି ସ୍ଥାନୀୟ ସରପଞ୍ଚ ସମେତ ଗୁମା ସରପଞ୍ଚ ବିଲାମାଳ ସମେତ ଅଞ୍ଚଳର ୪୦ ରୁ ୫୦ ବ୍ୟକ୍ତି ଙ୍କୁ ଡାକି ବୁଝା ସୁଝା କରିଥିଲେ । ସ୍ଥାନୀୟ ଲୋକ ପ୍ରତିନିଧି ଙ୍କୁ ନ ଜଣାଇ କିଭଳି ପ୍ରଶାସନ ଅନୁମତି ଦେଲା ତାହା ଲୋକ ଦୋହୋରାଇବା ସହ ଅପ୍ରୀତିକର ବାତାବରଣ ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବ ବୋଲି କହିଥିଲେ । କଡା ସୁରକ୍ଷା ମଧ୍ୟରେ ଆଜି ଧର୍ମ ସଭା ଶେଷ ହୋଇଥିବା ସ୍ଥାନୀୟ ଥାନା ଅଧିକାରୀ ସୋମ୍ୟ ରଞ୍ଜନ ପଟି କହିଛନ୍ତି । ବେଲଘର ଅଞ୍ଚଳରେ ଆଦିମ ଜନଜାତି କୁଟିଆ ଜନଜାତି ସମ୍ପ୍ରଦାୟ ର ଲୋକ ବସବାସ କରନ୍ତି ଏହା ସହ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି ଲୋକ ମିଳିତ ଭାବେ ବିଭିନ୍ନ ଯାନିଯାତ୍ରା କରୁଥିବା ବେଳେ କିଛି ବିଦେଶୀ ବ୍ୟକ୍ତି ଅଞ୍ଚଳ ରେ ପ୍ରବେଶ କରି ସରଳ ଲୋକଙ୍କୁ ପ୍ରଲୋଭନ ଦେଖାଇ ଧର୍ମାନ୍ତିକରଣ କରାଉଥିବାକୁ ଦେଖାଦେଇଛି ଚାପା ଉତ୍ତେଜନା । ସ୍ଥାନୀୟ ବେଲଘର ସରପଞ୍ଚ ଗୋବିନ୍ଦ ମାଝି ଗୁମା ସରପଞ୍ଚ ସଞ୍ଜୁ ମାଝି ,ବିଲାମାଳ ସରପଞ୍ଚ ବାବିତା ମାଝି ,ଝିରିପାଣି ସରପଞ୍ଚ , ଅଭିଯୋଗ କରିଛନ୍ତି ଏହି ଅଞ୍ଚଳ ରେ ଲୋକେ ଡିମ୍ବୁଲି , ଶ୍ରମ୍ବୁଲି ଓ ସପାଙ୍ଗଡା ପ୍ରକୃତିକୁ ପୂଜା କରନ୍ତି । କିନ୍ତୁ କିଛି ବର୍ଷ ହେବ ବିଦେଶୀ ଶକ୍ତି ପ୍ରବେଶ କରି ଲୋକଙ୍କୁ ପ୍ରଲୋଭନ ଦେଖାଇ ବି ଧର୍ମ କୁ ନେଇ ଯାଉଛନ୍ତି ଯାହାକୁ ନେଇ ସେମାନଙ୍କ ଧରଣୀ ପେନୁ ପୂଜା ସ୍ଥଳକୁ ନଷ୍ଟ କରିଦେଉଛନ୍ତି । ଏହି ଅଞ୍ଚଳ ରେ ୯୦ ଭାଗରୁ ଉର୍ଦ୍ଧ ଆଦିମ ଜନଜାତି ରହୁଥିବା ବେଳେ ୧୦ ଭାଗ ଅନ୍ୟ ସମ୍ପ୍ରଦାୟ ର ମାତ୍ର କିଛି ବର୍ଷ ହେବ ୨୦ ରୁ ୨୫ ପରିବାର ଧର୍ମ ପରିବର୍ତ୍ତନ କରିଛନ୍ତି । ଏତିକି ସମୟରେ ଏଠାକାର ଲୋକ ଶାନ୍ତି ପୂର୍ଣ ରହିଥିବା ବେଳେ କାହାରୀକୁ ନ ପଚାରି ପ୍ରଶାସନ ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ମଞ୍ଜୁରୀ ଦେବାକୁ ନେଇ ଉଠିଛି ପ୍ରଶ୍ନ । ବିଗତ ଦିନରେ ଜିଲ୍ଲା ପ୍ରଶାସନ ରୁଷିମାଳ ପର୍ବତରେ ୩ ଦିନିଆ କାର୍ଯ୍ୟ କାର୍ଯ୍ୟ କ୍ରମ କୁ ୩ ଦିନ ଅନୁମତି ଦେଇଥିବା ବେଳେ ୨ ଦିନରେ କରିବାକୁ ଚାପ ସୃଷ୍ଟି କରିଥିବା କହିଛନ୍ତି ଧର୍ମ ଜାଗରଣ ସମୁଖ୍ୟ ସଦସ୍ୟ ମାନେ ।