
ହିଞ୍ଜିଳିକାଟୁ : ମଙ୍ଗଳବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ହିଞ୍ଜିଳି ଥାନା ଅଞ୍ଚଳରେ ଦୂର୍ଘଟଣା ଘଟି ବାଇକ୍ ଚାଳକ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ବଇଞ୍ଚଵଣିଆ ଅଞ୍ଚଳର ଲକ୍ଷ୍ମୀ ଦେବୀ ବିଷୋୟୀ (୬୨), ଆସିକା ଥାନା ପାକିଡି ଗ୍ରାମର ସୁରେନ୍ଦ୍ର ଜେନା (୩୦) । ଆହତ ଦ୍ବୟଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ମହିଳାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ହିଞ୍ଜିଳି ପୁଲିସ ବୁଧବାର ମୃତ ମହିଳାଙ୍କ ଘରେ ପଶି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୩୭୩/୨୫ ରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ପ୍ରକାଶ ଯେ, ମଙ୍ଗଳବାର ରାତିରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ବଇଞ୍ଚଵଣିଆ ଛକରେ ଲକ୍ଷ୍ମୀ ଦେବୀ ବିଷୋୟୀ ରାସ୍ତା ଅତିକ୍ରମ କରୁଥିବା ବେଳେ ଆସିକା ଥାନା ପାକିଡି ଗ୍ରାମର ସୁରେନ୍ଦ୍ର ଜେନା ବାଇକ୍ (ଓଡି୦୭ ଏକ୍ୟୁ ୧୩୮୬) ଯୋଗେ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳିକାଟୁ ପୈାରାଞ୍ଚଳ ବଇଞ୍ଚଵଣିଆ ଛକ ନିକଟରେ ମହିଳାଙ୍କୁ ଧକ୍କା ଦେବା ସହ ରାସ୍ତା ପ୍ବାର୍ଶ୍ବରେ ଥିବା ଏକ ମାଲ୍ ବୋଝେଇ ଟ୍ରକ (ଓଡି୦୫ ବିଏକ୍ସ ୧୦୯୫) ପଛକୁ ଧକ୍କା ଦେଇଥିଲେ । ଦୂର୍ଘଟଣାରେ ଉଭୟ ମହିଳା ଓ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିଲା।