
ନୟାଗଡ଼ : ନୟାଗଡ଼ରେ ଶୀତଳ ଭଣ୍ଡାର ହେବ କେବେ ? ନୟାଗଡ଼ ଜିଲ୍ଲାରେ ଅନେକ ବର୍ଷ ହେବ ସରକାରୀ ସ୍ତରରେ ଶୀତଳ ଭଣ୍ଡାରଟିଏ ହୋଇପାରିନାହିଁ ।ଉଦ୍ୟାନ ବିଭାଗର ଏହି ଦାୟିତ୍ବ ହେଲେ ବିଭାଗ ଏଥି ପ୍ରତି ଦୃଷ୍ଟି ନବେବାରୁ ଚାଷୀମାନେ ନାନା ଅସୁବିଧା ସହିତ ଭୋଗିବା ସହିତ ନିଜର କଷ୍ଟ ଉପାର୍ଜିତ ସାଧନ କୁ ସାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ନୟାଗଡ଼ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଏଠାରେ ଧାନ, ଆଖୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ଲୋକଙ୍କର ମୁଖ୍ୟ ଜୀବିକା । ଜିଲ୍ଲାରେ ଅନେକ ଚାଷୀ ଫୁଲକୋବି, ବନ୍ଧାକୋବି, କଲରା, ବାଇଗଣ, ପୋଟଳ, ଭେଣ୍ଡି, ଝୁଡୁଙ୍ଗ ଆଦି ଚାଷ କରୁଛନ୍ତି ।ମାତ୍ର ଚାଷୀମାନେ ସେଗୁଡିକୁ ସଂରକ୍ଷିତ କରିବାକୁ ସ୍ଥାନର ଅଭାବ ହେତୁ ଚାଷୀମାନେ ଅଭାବ ବିକ୍ରୀର ଶିକାର ହେଉଛନ୍ତି ।ଚାଷୀମାନେ ସେମାନଙ୍କର ଉଚିତ୍ ମୂଲ୍ୟ ପାଇ ପାରୁନାହାଁନ୍ତି ତେଣୁ ଏହା ଚାଷୀଙ୍କୁ ବ୍ୟଥିତ କରିଛି। ଦୀର୍ଘ ୨୦ ଦିନ ହେବ ନୟାଗଡ଼ ଜିଲ୍ଲାରେ ଭେଣ୍ଡି କିଲୋ ପ୍ରତି ୩ରୁ୫ ଟଙ୍କାରେ ଚାଷୀ ମାନେ ମଣ୍ଡି ରେ ବିକ୍ରି କରୁଛନ୍ତି ।ଅଧିକ ଖର୍ଚ୍ଚାନ୍ତ ହୋଇ ଚାଷୀମାନେ ଚାଷ କରୁଥିଲେ ମଧ୍ୟ ପନିପରିବା ର ଉଚିତ୍ ମୂଲ୍ୟ ମିଳୁନି କି ଚାଷୀ ଙ୍କ ମଜୁରୀ ବି ଉଠୁନାହିଁ । ଏପରିକି ଅନେକ ଚାଷୀ ଫସଲ ତୋଳିବାକୁ ଉଚିତ୍ ମାନେ କରୁ ନାହାନ୍ତି ।ଚାଷ ପ୍ରତି ଚାଷୀ ଏବେ ମୁଁହ ଫେରାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ।
ଯଦି ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରି ଶୀତଳ ଭଣ୍ଡାର କରିବା, ଚାଷୀଙ୍କ ଠାରୁ ଉପଯୁକ୍ତ ଦରରେ ଫସଲ କିଣିବା ବ୍ୟବସ୍ଥା କରାଗଲେ ଚାଷୀମାନେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ ।ଦୀର୍ଘ ୨୪ ବର୍ଷ ଶାସନ ରେ ବିଜେଡି ସରକାର ମଧ୍ୟ କୌଣସି ସ୍ଥାନରେ ଚାଷୀଙ୍କ ଉନ୍ନତି ପାଇଁ ଶୀତଳ ଭଣ୍ଡାରଟିଏ ବି କରିନାହିଁ । ନୟାଗଡ଼ ଜିଲ୍ଲାରେ ବେସରକାରୀ ଭାବରେ ଭାପୁର, ରଣପୁର ଆଦି ସ୍ଥାନରେ ୩ ଟି ଶୀତଳ ଭଣ୍ଡାର କରାଯାଇଛି । ଏହି ଶୀତଳ ଭଣ୍ଡାର ଗୁଡ଼ିକ ୫୦ରୁ ୬୦ ପ୍ରତିଶତ ସବସିଡ ଲୋଭରେ କରାଯାଇଛି ଫଳରେ ସେଗୁଡିକ କୌଣସି କାମରେ ଲାଗୁନାହିଁ । ବର୍ତମାନ ଓଡ଼ିଶା ସରକାର ସମସ୍ତ ଜିଲ୍ଲା ମାନଙ୍କରେ ଶୀତଳ ଭଣ୍ଡାର କରିବା ପାଇଁ ଘୋଷଣା କରିବା ସହିତ ବିଜ୍ଞାପନ ବି ଦିଆଯାଇଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ନୀତି ଓ ଫସଲ ସଂରକ୍ଷଣ ପାଇଁ ଯେଉଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି ତାହା ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ଅଞ୍ଚଳର ହିତାଧିକାରୀ ଙ୍କୁ ପୁଞ୍ଜି ବିନିଯୋଗରେ ୬ କୋଟି ୫୦ ଲକ୍ଷ ର ସବସିଡ ସୁବିଧା ରହିଛି। ଆର୍ଥିକ ସହାୟତା ଉପରେ ୬ ପ୍ରତିଶତ ସୁଧ ବ୍ୟବସ୍ଥା ରହିଛି। ଏତେ ଗୁଡିଏ ବ୍ୟବସ୍ଥା ଥିଲେ ମଧ୍ୟ ଜିଲ୍ଲା ସ୍ତରରେ ବେସରକାରୀ ସ୍ତରରେ ଶୀତଳ ଭଣ୍ଡାର କରି ଲାଭବାନ ହେବେକି ନା ହିତାଧିକାରୀ ମାନେ ବଡ ଦ୍ବନ୍ଦରେ ପଡିଛନ୍ତି ।ତେଣୁ ସରକାର ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ପାଇଁ ଯଉଁ ଡିନ୍ଦିମ ପିଟୁଥିବା ବେଳେ ସେହି ଆଶା ଏବେ ମଉଳି ଯାଇଛି । କେବଳ ବ୍ୟକ୍ତିଗତ ସ୍ତରରେ ଏହି ସୁବିଧା ଓ ସବସିଡ ଉଦ୍ୟାନ ବିଭାଗ ଦ୍ଵାରା ପ୍ରଦାନ କରାଯାଇଛି ।ସରକାରଙ୍କ ନାଲିଫିତା ତଳେ ଥିବା ପ୍ରତି ଜିଲ୍ଲାରେ ଶୀତଳ ଭଣ୍ଡାର ଯୋଜନା କେବେ କାର୍ଯ୍ୟକାରୀ ହେଉଛି ଏବଂ ଚାଷୀମାନେ କେବେ ଏହା ଦ୍ବାରା ଲାଭବାନ ହେବେ ତାହା ଦେଖିବାକୁ ବାକି ରହିଲା ।