ଅପରେସନ ସିନ୍ଦୂରରୁ ଆମେ କ’ଣ ପାଇଲୁ…’: ଜୟରାମ ରମେଶ

add-all

ନୂଆଦିଲ୍ଲୀ: ଜୟରାମ ରମେଶ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି ନୂଆଦିଲ୍ଲୀ କ’ଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ପକ୍ଷ ହସ୍ତକ୍ଷେପ ପାଇଁ ଦ୍ୱାର ଖୋଲି ଦେଇଛି?’ ପାକିସ୍ତାନ ସହିତ କୂଟନୈତିକ ଚ୍ୟାନେଲ ଖୋଲାଯାଇଛି କି?

ସେ ଲେଖିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରୁଛି। ସେ ଭାରତ-ପାକିସ୍ତାନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ଏକ ବୈଠକ ଡକାଯିବା ନେଇ ଦାବି କରିଛନ୍ତି।

ଜୟରାମ ରମେଶ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି, ଯେଉଁଥିରୁ ପ୍ରଥମଟି ହେଉଛି କି ନୂଆଦିଲ୍ଲୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ପକ୍ଷ ହସ୍ତକ୍ଷେପ ପାଇଁ ଦ୍ୱାର ଖୋଲିଛି କି?

ସେ କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରୁଛି। ଏହି ବୈଠକରେ ପହଲଗାମ ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ଯୁଦ୍ଧବିରତି ପର୍ଯ୍ୟନ୍ତ ସବୁକିଛି ଉପରେ ଆଲୋଚନା କରାଯିବା ଉଚିତ୍।

ସେ କହିଛନ୍ତି, କଂଗ୍ରେସ ବିଶ୍ୱାସ କରେ ଯେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଦ୍ୱାରା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ପାଇଁ ‘ନିରପେକ୍ଷ ମଞ୍ଚ’ର ଉଲ୍ଲେଖ ଅନେକ ପ୍ରଶ୍ନ ଉଠାଇଛି। ସେ ପ୍ରଶ୍ନ କରିଛନ୍ତି ଆମେ ସିମଲା ଚୁକ୍ତିନାମାକୁ ପରିତ୍ୟାଗ କରିଛୁ କି? ଆମେ କ’ଣ ତୃତୀୟ ପକ୍ଷ ମଧ୍ୟସ୍ଥତା ପାଇଁ ଦ୍ୱାର ଖୋଲିଛୁ?

ଭାରତୀୟ ଜାତୀୟ କଂଗ୍ରେସ ପଚାରିବାକୁ ଚାହୁଁଛି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ଚ୍ୟାନେଲଗୁଡ଼ିକ ପୁଣି ଥରେ ଖୋଲାଯାଉଛି କି? ଆମେ ପାକିସ୍ତାନଠାରୁ କେଉଁ ପ୍ରତିଶ୍ରୁତି ମାଗିଛୁ ଏବଂ ଆମକୁ କ’ଣ ମିଳିଛି? । ଅପରେସନ ସିନ୍ଦୂରରୁ ଆମକୁ କ’ଣ ମିଳିଲା ତାହା ସରକାର ପ୍ରକାଶ କରନ୍ତୁ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.