କୁଡୁମୁଲୁଗୁମ୍ମା ନୃସିଂହ ମନ୍ଦିରରେ ଚନ୍ଦନଯାତ୍ରା ଅନୁଷ୍ଠିତ…

add-all


ମାଲକାନଗିରି : ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ଠାରେ ଅବସ୍ତିତ ଏକମାତ୍ର ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଚଳିତବର୍ଷ ର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୈଶାଖ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ନୃସିଂହନାଥ ଙ୍କ ଜନ୍ମତିଥି ପ୍ରତିବର୍ଷ ପାଳନ ଅବସରରେ ପୁରୀ ଶଙ୍କରାଚାର୍ଯ୍ୟ ମଠରୁ ଆସିଥିବା ଆଚାର୍ଯ୍ୟ ଦେବୀ ପ୍ରସାଦ ମିଶ୍ର, ଆଚାର୍ଯ୍ୟ ଶିବମ ରଥ ଓ ମନ୍ଦିରର ମୁଖ୍ୟ ପୂଜକ ମନୋଜ କୁମାର ମିଶ୍ରଙ୍କ ପୈାରହୀତରେ ଭୋର ସକାଳୁ ମହାପ୍ରଭୁ ନୃସିଂହନାଥ ଙ୍କ ଦେବସ୍ନାନ ସହିତ ସମସ୍ତ ରିତିନୀତି ଅନୁସାରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ°ଧ୍ୟା ଆଳତି ସରିବା ପରେ ଚନ୍ଦନଲାଗି ବେଶ ଅନୁଷ୍ଠିତ ହୋଇଥାଏ ଓ ପରେ ମହାପ୍ରଭୁ ନୃସିଂହନାଥ ଙ୍କ ବିଗ୍ରହକୁ ଏକ ସ୍ବତନ୍ତ୍ର ପାଲିଙ୍କିରେ ସ୍ଥାପିତ କରି ସମ୍ପୁର୍ଣ୍ଣ ଗ୍ରାମ ପରିକ୍ରମା କରାଯାଇଥିଲା ଏହି ଅବସରରେ ମୁଦୁଲିଗୁଡା, ସିରିପେଟା ଓ ପଖନାଗୁଡା ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ବିଭିନ୍ନ ବାଦ୍ୟଯନ୍ତ୍ର ଖୋଳତାଳ ବଜାଇ ଗ୍ରାମ ପରିକ୍ରମା କରାଇଥିଲେ, ଗ୍ରାମ ର ସମସ୍ତ ସନାତନୀ ହିନ୍ଦୁ ଶ୍ରଦ୍ଧାଳୁମାନେ ନିଜ ଘର ଆଗରେ ଜଳ କଳସ ସ୍ଥାପିତ ଓ ଧୂପଦୀପ ଦେଇ ମହାପ୍ରଭୁଙ୍କୁ ସ୍ୱାଗତ କରିଥିଲେ । ଏହାପରେ ମନ୍ଦିର ନିକଟସ୍ତ ଆନନ୍ଦ ବଜାରରେ ସମସ୍ତେ ଅନ୍ନପ୍ରସାଦ ଆନନ୍ଦ ସହକାରେ ସେବନ କରିଥିଲେ । ଆଜିର ଏହି ଅବସରରେ ଚନ୍ଦନ ଯାତ୍ରା କମିଟିର ସଦସ୍ୟ ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ, କାଳୁ ମହାରଣା,ଅକ୍ଷୟ କୁମାର ହୋତା, ପ୍ରଭାକର ଜେନା, ଜଗନ୍ନାଥ ଜେନା, ଶୁଭମ୍ ଭୁୟାଁ, ଗୋପୀନାଥ ଦାସ, ସନ୍ତୋଷ କୁମାର ସ୍ୱାଇଁ, କାହ୍ନୁ ଚରଣ ସିୟ ,ବୁଲୁ ସୁଆର,ଅନୁପ କୁମାର ଦାସ, ସୁଶାନ୍ତ କୁମାର ରଥ ଓ ଭବତୋଷ ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.