ହୋଟେଲ-ଲର୍ଡ଼ଜ-ଫାର୍ମ ହାଉସ ଏବେ ଅପରାଧତତ୍ତ୍ୱ ଙ୍କ ଆଡ୍ଡା : ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ…!

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅପରାଧ ଜଗତ ସହ ସମ୍ପୃକ୍ତି ଥିବା ଯୁବକ ମାନେ ଏବେ ହୋଟେଲ, ଲର୍ଡ଼ଜ ଓ ଫାର୍ମ ହାଉସରେ ରହି ସେମାନଙ୍କ ନେଟୱାର୍କ ରେ ବିଭିନ୍ନ କାର୍ଯ୍ୟ ହାସଲ କରୁଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଆସିକା କୁ ଅପରାଧତତ୍ତ୍ୱ ମାନେ ନିଜର ହୋବ କରିଥିବା ଜଣାପଡିଛି। ଏହି ସ୍ଥାନରେ ସେମାନେ ପାଇଁ ଏବେ ସୁରକ୍ଷିତ ହୋଇଛି। ବ୍ଲୁପ୍ରିଣ୍ଟ ତିଆରି କରି ସୁପାରୀ ନେଇ ଗଞ୍ଜାମ ଜିଲ୍ଲାରେ ମୁଣ୍ଡ ଗଡେଇବାର ପୂର୍ବରୁ ନଜିର ରହିଛି। କଟକ ବନ୍ଧୁକ କାରଖାନା ଠାବ ହେବା ପରେ ଗଞ୍ଜାମ ଜିଲ୍ଲା ମୁହାଁ ହୋଇଥିବା ଅପରାଧ ଗୋଷ୍ଠି ସେମାନଙ୍କ ନେଟୱାର୍କ ସୁରୁଖୁରୁ ରେ ଚଲାଉଛନ୍ତି। ପୂର୍ବରୁ ଜେଲ ଗୁଡ଼ିକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା। ଚୋରା ମଦ ଓ ବାଲିକୁ ବ୍ୟବସାୟ କୁ ନେଇ ଅପରାଧି ମାନେ ନିଜ ନିଜର ଗ୍ୟାଙ୍ଗ କରି ନୂତନ ଭାବେ ନାବାଳକ ମାନଙ୍କୁ ଏଥିରେ ସାମିଲ କରୁଥିବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। କଟକ ବନ୍ଧୁକ କାରଖାନାର ଗୁମର ଖୋଲିବା ପରେ ପୋଲିସ ଟିକେ ଆକ୍ଟିଭ ହୋଇଥିବା ଲକ୍ଷକରାଯାଇଛି। କିନ୍ତୁ ପୋଲିସ ଡାଳେ ଡାଳେ ଗଲେ ଅପରାଧୀ ମାନେ ପତ୍ରେ ପତ୍ରେ ଯିବା ଦେଖିବାକୁ ମିଳୁଛି l ପୁଣି ଆଗକୁ ଅଛି ପଞ୍ଚାୟତ ନିର୍ବାଚନ ତେଣୁ ଆଗକୁ ଦୃଷ୍ଟି ରେ ରଖି ଅପରାଧୀ ମାନେ ଖସଡ଼ା ପ୍ରସ୍ତୁତ କରିବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା l ପୂର୍ବରୁ ନିଃସର୍ତ୍ତ ଲେଖି ଆସୁଛି ମଦ ଓ ବାଲି ପାଇଁ ମୁଣ୍ଡ ଗଡ଼ିବା ସମ୍ଭାବନା ଅଧିକ ରହିଛି l ବାଲି ଓ ମଦ ମାଫିଆ ମାନେ ନିଜ ସାମ୍ରାଜ୍ୟ ବିସ୍ତାର ପାଇଁ ଏହି ଅପରାଧୀ ତତ୍ୱ ମାନଙ୍କୁ ମୋଟା ଅଙ୍କର ସୁପାରୀ ଦେଇ ନିଜ ବ୍ୟବସାୟିକ ରାସ୍ତା ସଫା କରିଥାନ୍ତି, ଯାହାକି ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ହୋଇଥାଏ l ମାଉଜଜର ଧରାପଡ଼ିବା ପରେ ଆସିକା ପୋଲିସ ର ନିଦ ହଜିଯାଇଛି ରାତି ଦିନ ଏକ କରି ଅପରାଧୀ ମାନଙ୍କ ପଛରେ ପଡିଛି ପୋଲିସ, ପୁରୁଷୋତ୍ତମପୁର ଓ ଆସ୍କା ଏସ ଡି ପି ଓ ଏପରି ଜାଲ ବିଛାଇଛନ୍ତି ସେହି ଜାଲରେ ଗୋଟିଏ ଗୋଟିଏ ଅପରାଧୀ ମାନେ ପଡୁଥିବା ବି ଦେଖିବାକୁ ମିଳୁଛି ତେଣୁ ଦେଖାଯାଉ ଆଗକୁ କଣ ସନ୍ଦେଶ ଦେଖିବାକୁ ମିଳୁଛି ତାହା ସମୟ କହିବ…..

Leave A Reply

Your email address will not be published.