ମୋତେ ଯେତେଶୀଘ୍ର ପାରୁଛନ୍ତି ସୀମାକୁ ପଠାଇ ଦିଅନ୍ତୁ: ମୁଖ୍ୟ କନଷ୍ଟେବଳ

add-all

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପୁଲିସ ହେଡ୍ କନଷ୍ଟେବଳ ଚମନ ସିଂହ ପାକିସ୍ତାନ ବିରୋଧରେ ଚାଲିଥିବା ଲଢ଼େଇରେ ଯୋଗ ଦେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି।
ଉତ୍ତରପ୍ରଦେଶ ପୁଲିସର ହେଡ କନଷ୍ଟେବଳ ଚମନ ସିଂହ ଡିଜିପି ପ୍ରଶାନ୍ତ କୁମାରଙ୍କୁ ଚିଠି ଲେଖି କହିଛନ୍ତି, ‘ ମୁଁ ଏକେ-୪୭, ଇନସାସ ଏବଂ ଏସଏଲଆର ଭଳି ଆଧୁନିକ ଅସ୍ତ୍ରଶସ୍ତ୍ର ଚଳାଇବାରେ ସକ୍ଷମ। ମୁଁ ଦେଶ ପାଇଁ ନିଜ ଜୀବନ ଦେବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଦେଶ ପାଇଁ କିଛି ବି କରିବାକୁ ରାଜି ଅଛି। ଦୟା କରି ମୋର ଏହି ଇଚ୍ଛାକୁ ପୁରଣ କରାଯାଉ। ମୋତେ ଯଥା ଶୀଘ୍ର ସୀମାକୁ ପଠାଇବା ପାଇଁ ବନ୍ଦୋବସ୍ତ କରାଯାଉ। ମୁଁ ଶତ୍ରୁ ସହ ଲଢ଼ିବାକୁ ପୂରା ପ୍ରସ୍ତୁତ।’
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି ମଧ୍ୟରେ ଦେଶ ପାଇଁ କିଛି କରିବାର ଇଚ୍ଛା ପ୍ରକାଶ କରିବା ପ୍ରକୃତରେ ପ୍ରଶଂସନୀୟ। ଚମନ ସିଂହଙ୍କ ଚିଠି ପୁଲିସ ବିଭାଗରେ ଆଲୋଚନାର ବିଷୟ ପାଲଟିଛି।
ଏହି ପ୍ରସଙ୍ଗରେ ରାମପୁର ପୁଲିସ ଏକ୍ସରେ ଏକ ପୋଷ୍ଟ କରିଛି। ଏହି ପୋଷ୍ଟରେ ଉଲ୍ଲେଖ ଅଛି କି, ରାମପୁର ଜିଲ୍ଲାରେ ନିଯୁକ୍ତ ହେଡ୍ କନଷ୍ଟେବଳ ବିନା ସୂଚନା ଏବଂ ଅନୁମତିରେ ସୋସିଆଲ ମିଡିଆରେ ତାଙ୍କର ଆବେଦନ ପତ୍ର ସେୟାର କରିଛନ୍ତି। ଯାହାକି ପୁଲିସ ସେବାର ଶୃଙ୍ଖଳା ବିରୋଧୀ ଅଟେ। ଏପରି ପରିସ୍ଥିତିରେ ହେଡ୍ କନଷ୍ଟେବଳ ଚମନ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.