ଦେଶୀ ମଦ ବ୍ୟବସାୟ କୁ ନେଇ ଚାଲିଛି ପ୍ରତିଦ୍ବନ୍ଦିତା..! ମୁଣ୍ଡ ଗଡ଼ିବା ସମ୍ଭାବନା ଅନେକ…!

youtube

ଗୁଡ଼ ଓ ୟୁରିଆରେ ଚାଲିଛି ବିଷାକ୍ତ ମଦ ପ୍ରସ୍ତୁତ….! ବଟି ନେଇ ନିଘୋଡ଼ ନିଦରେ ପ୍ରଶାସନ…!

କେବଳ କାଗଜ କଲମରେ ମହୁଲ ମଦ…,

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦେଶୀ ମଦ ପ୍ରସ୍ତୁତ ମହୁଲ ନାଁ ରେ ସରକାରୀ ଦେଶୀ ଭାଟି ରହିଛି। ଅବକାରୀ ବିଭାଗ ର ସିଂହ ଭାଗ ଥାଇ ଆସିକା, ଶେରଗଡ଼, ପୁରୁଷୋତ୍ତମପୁର, ଚିକିଟି ଅଞ୍ଚଳ ରେ ଥିବା ସରକାରୀ ଦେଶୀ ଭାଟିରେ ମହୁଲ ନାଁରେ କେବଳ ଚାଲିଥିବା ଅଭିଯୋଗ ହେଉଛି।ପ୍ରତିଯୋଗିତା ପାଇଁ ସ୍ୱଳ୍ପ ସମୟ ମଧ୍ୟରେ ୟୁରିଆ, ଗୁଡ଼ ସାଙ୍ଗକୁ ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର ହୋଇ ପୋଚ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଏହି ମଦପାଉଚ ବିକ୍ରି ବେଳେ କେଉଁଠି ୬୫ ଟଙ୍କାରେ ବିକ୍ରି ହେଉଥିବା ବେଳେ କେଉଁଠି ୪୦ ଟଙ୍କାରେ ବିକ୍ରି ହେଉଛି। ଚିକିଟି ମଦ ମୃତ୍ୟୁ ପରେ ବି ଏହି ସବୁ ଅଞ୍ଚଳ ରେ ଅପମିଶ୍ରଣ କରି ଦେଶୀ ମଦ ପ୍ରସ୍ତୁତ ହେଉଛି। ଏହି ବେଆଇନ ଦେଶୀ ମଦ ପ୍ରସ୍ତୁତ ସମୟରେ ବ୍ୟବହାର ହେଉଥିବା ପୋଚ କୁ ଟେଷ୍ଟିଙ୍ଗ କରିବା ପାଇଁ ଅଭିଯୋଗ ହେଲେବି ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଭାଟି ମାଲିକଙ୍କ ନିର୍ଦ୍ଧେଶ ରେ କେବଳ ଛୋଟ ଛୋଟ କୋଚିଆ ମାନଙ୍କ ପକ୍ଷରୁ ବିକ୍ରି ହେଉଥିବା ମଦ କୁ ଅବକାରୀ ବିଭାଗ ଚଢ଼ାଉ କରି ବାଃ ବାଃ ନେଉଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ମଦ ମୃତ୍ୟୁ ଘଟଣା ଏବେବି ଭାବିଲେ ଲୋମ ଟାଙ୍କୁରୀ ଉଠୁଛି l ତଥାପି ପ୍ରଶାସନ ର ନିଦ ଭାଙ୍ଗୁନି ମୋଟା ଅଙ୍କର ଘୁସ ନେଇ ଅବକାରୀ ବିଭାଗ ମୌଜ ମସ୍ତିରେ ମସଗୁଲ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ଦେଖିବାକୁ ଗଲେ କ୍ଷୀର ପିଉଛି ଜଣେ ସିଂହ ଧରୁଛି ଜଣେ ପୋଲିସ ଅବକାରୀ ବିଭାଗ ର କାମ କରୁଛି କହିଲେ କିଛିବି ଭୁଲ ହେବ ନାହିଁ ବଦନାମ ହେଉଛି ବି ପୋଲିସ l କିଛି ଅସାଧୁ ଅବକାରୀ ଅଫିସର ଙ୍କୁ ହାତବାରିସୀ କରି ମଦ ମାଫିଆ ମାନେ ନିଜ ସାମ୍ରାଜ୍ୟ ବିସ୍ତାର କରିବାର ଲାଗିଛନ୍ତି l ଆଗାମୀ ଦିନ ରେ ଆଉ ଏକ ବିଷାକ୍ତ ମଦ ମୃତ୍ୟୁ ର ବିଭୀଷିକା ଗଞ୍ଜାମ ଜିଲ୍ଲା ପୁଣି ଥରେ ଦେଖିବାକୁ ଆଉ ବେଶୀ ଦିନ ନାହିଁ l ଦେଶୀ ମଦକୁ ନେଇ ମଦ ମାଫିଆ ମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିବା ଯୋଗୁଁ ଗଞ୍ଜାମ ଜିଲ୍ଲାକୁ ମାଳ ମାଳ ମାଉଜର ଆସୁଛି। ଶତ୍ରୁଙ୍କ ମୁଣ୍ଡ ଗଡେଇବା ପାଇଁ ନୂଆ ନୂଆ ଯୁବକ ଓ ନାବାଳକ ମାନଙ୍କ ହାତରେ ମାଉଜର ଧରେଇ ଦେଇ ରାସ୍ତାରୁ ହଟେଇବା ପାଇଁ ଭାଇ ମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାର ମଦ ବ୍ୟବସାୟ ର ସମ୍ରାଟ ହେବାକୁ ବର୍ତ୍ତମାନ ପ୍ରତିଯୋଗିତା ଚାଲିଥିବା ନେଇ ମାଳ ମାଳ ମାଉଜର ଜବତ ହେବାର ଆଭାସ ମିଳିଛି । ଏହି ସବୁ ମାଳ ମାଳ ମଉଜର ଜିଲ୍ଲା ଭିତରେ ପଶିବା ଭିତରେ ବି ମଦ ଓ ବାଲି ମାଫିଆ ଙ୍କ ହାତ ନିଶ୍ଚୟ ରହିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ତେଣୁ ମୁଣ୍ଡ ଗଡ଼ିବା ପୂର୍ବରୁ ଏବଂ ବିଷାକ୍ତ ମଦ ମୃତ୍ୟୁ କୁ ଏଡାଇବା ପାଇଁ ପ୍ରଶାସନ ଯତ୍ନବାନ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.