ଭାରତୀୟ ସେନାର ଶକ୍ତି ବଢାଇଲା ଓଡ଼ିଶା, ଟେଷ୍ଟ କଲା ଡ୍ରୋନ୍‌ କିଲର ‘ଭାର୍ଗବାସ୍ତ୍ର’

add-all

ବ୍ରହ୍ମପୁର : ଡ୍ରୋନ୍‌ ଜରିଆରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ‘ଭାର୍ଗବାସ୍ତ୍ର’ ନାମରେ ଏକ କାଉଣ୍ଟର୍‌ ଆଟାକ ସିଷ୍ଟମ ତିଆରି କରାଯାଇଛି। ଗଞ୍ଜାମ ଜିଲାର ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଥିବା ଫାୟାରିଂ ରେଞ୍ଜରେ ଏହାର ସଫଳ ପରୀକ୍ଷଣ କରାଯାଇଛି।
ସୋଲାର୍‌ ଡିଫେନ୍ସ ଆଣ୍ଡ୍‌ ଏରୋସ୍ପେସ୍‌ ଲିମିଡେଟ (ଏସ୍‌ଡିଏଲ) ଦ୍ବାରା ଏହା ପ୍ରସ୍ତୁତ କରାଯାଇଛି। ଡ୍ରୋନ ଆକ୍ରମଣକୁ ରୋକିବା ପାଇଁ ଏହି ସିଷ୍ଟମ ତିଆରି କରାଯାଇଛି। ଯାହାକି ଭାରତୀୟ ସେନା ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଏହି ସିଷ୍ଟମ୍‌ରେ ମାଇକ୍ରୋ ରକେଟ ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହାକି ଏକାଧିକ ଡ୍ରୋନ୍‌କୁ ଲକ୍ଷ୍ୟ କରି ନଷ୍ଟ କରିବାର କ୍ଷମତା ରଖିଛି। ପରୀକ୍ଷଣ ସମୟରେ ‘ଭାର୍ଗବାସ୍ତ୍ର’ ୧.୫ କି.ମି. ରେଞ୍ଜ ଦୂରତା ଓ ୪୦୦ ମିଟର୍‌ ଉଚ୍ଚତାରେ ଥିବା ଲକ୍ଷ୍ୟକୁ ଭେଦ କରିପାରିଛି। ସେନା ବାହିନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୋଟ ୩ଟି ପର୍ଯ୍ୟାୟରେ ଏହାର ପରୀକ୍ଷଣ କରାଯାଇଥିଲା।

ad-week
Leave A Reply

Your email address will not be published.