ଭାରତର ସଫଳତା ପାଇଁ ପରାକ୍ରମ ଶୋଭାଯାତ୍ରା, ତ୍ରିରଙ୍ଗା ଧରି ସହର ପରିକ୍ରମା

add-all

ହିଞ୍ଜିଳିକାଟୁ ୧୫/୫ : ଆତଙ୍କବାଦ ବିରୋଧ ଲଢେଇରେ ଭାରତର ସଫଳତା ପାଇଁ ହିଞ୍ଜିଳିକାଟୁ ପ୍ରକାଶନ ତରଫରୁ ପରାକ୍ରମ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅପରେସନ ସିନ୍ଦୂରର ସଫଳତା ପରେ ତ୍ରିରଙ୍ଗା ପତାକା ଧରି ହିଞ୍ଜିଳିକାଟୁ ସହର ପରିକ୍ରମା କଲେ ଛୁଆ ରୁ ବୁଢ଼ା ।ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରୁ ରୁ ଆରମ୍ଭ ଏହି ଶୋଭାଯାତ୍ରା ବିଜୁପଟ୍ଟନାୟକ ଛକ ଦେଈ ବଈଂଚବଣିଆ , ପରିବା ବଜାର ସହ ବସଟର୍ମୀନାଲ,ଆର ଏମ ସି ଛକ କଚେରି ଛକ ପରିକ୍ରମା କରିଛି । । ଏହି ଶୋଭାଯାତ୍ରା ରେ ସମସ୍ତ ପ୍ରସାଶନିକ କର୍ମଚାରୀ ର ବିଭିନ୍ନ ପ୍ରାନ୍ତ ରୁ ଲୋକେ ଯୋଗଦାନ କରିଛନ୍ତି । ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ,ନେତା, କାଉନସିଲର ଓସମାଜସେବୀ , ସ୍ବେଛାସେବୀ ଙ୍କ ସହ ଏନସିସି ଓ ସ୍କୁଲ ର ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି ।

ଅପରେସନ ସିନ୍ଦୂର ରେ ଭାରତୀୟ ସେନା ର ପରାକ୍ରମ ଓ ଆତଙ୍କବାଦ ବିରୋଧ ଲଢେଇ ପାଇଁ ଏହି ଶୋଭାଯାତ୍ରା ଆୟୋଜିତ ହୋଇଚି । ଭାରତୀୟ ସେନା ର ମନୋବଳ ଦୃଢ଼ କରିବା ସହ ଭାରତର ନାଗରିକ ଭାବେ ଗର୍ବିତ ମୁହୂର୍ତ୍ତ ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି ।

ad-week
Leave A Reply

Your email address will not be published.