ନୟାଗଡ଼ ଜିଲ୍ଲାରେ ବିଜେଡ଼ିର ବ୍ଲକ ଓ ଏନଏସି ସଭାପତି ଘୋଷଣା

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ବିଜୁ ଜନତା ଦଳ ସଂଗଠନକୁ ସୁଦୃଢ କରିବା ପାଇଁ ଏହାର ବ୍ଲକ ଓ ଏନଏସି ସଭାପତି ତାଲିକା ଘୋଷଣା କରାଯାଇଛି । ବିଜୁ ଜନତା ଦଳ ନୟାଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ଗଙ୍ଗାଧର ପଣ୍ଡା ଙ୍କ ଦ୍ଵାରା ତାଲିକା ପ୍ରକାଶ ପାଇଛି।ଜିଲ୍ଲା ସଭାପତି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଦାୟିତ୍ଵ ଦିଆଯାଇଛି ।ନୟାଗଡ଼ ବ୍ଲକ ବିଜେଡି ସଭାପତି ଭାବେ ଅଜିତ ପ୍ରସାଦ ସାହୁ, ଓଡ଼ଗାଁ ବ୍ଲକ ବିଜେଡି ସଭାପତି ଭାବେ ନିତ୍ୟାନନ୍ଦ ପ୍ରଧାନ, ଖଣ୍ଡପଡ଼ା ବ୍ଲକ ବିଜେଡି ସଭାପତି ଭାବେ ବିଜୟ କୁମାର ତ୍ରିପାଠୀ, ଭାପୁର ବ୍ଲକ ବିଜେଡି ସଭାପତି ଭାବେ ଶିବ ପ୍ରସାଦ ଷଡ଼ଙ୍ଗୀ, ଦଶପଲ୍ଲା ବ୍ଲକ ବିଜେଡି ସଭାପତି ଭାବେ ସୁଦାମ ଚରଣ ନାୟକ, ନୂଆଗାଁ ବ୍ଲକ ବିଜେଡି ସଭାପତି ଭାବେ ଯୁଗଳ କିଶୋର ସାହୁ, ଗଣିଆ ବ୍ଲକ ବିଜେଡି ସଭାପତି ଭାବେ ସଦାଶିବ ମିଶ୍ରଙ୍କୁ ଚୟନ କରାଯାଇଛି। ସେହିପରି ଓଡ଼ଗାଁ ଏନଏସି ବିଜେଡି ସଭାପତି ଭାବେ ମନୋଜ ପାତ୍ର, ରଣପୁର ଏନଏସି ବିଜେଡି ସଭାପତି ଭାବେ ଲିଙ୍ଗରାଜ ନାୟକ, ଖଣ୍ଡପଡ଼ା ଏନଏସି ବିଜେଡି ସଭାପତି ଭାବେ ମିହିର କୁମାର ମିଶ୍ର , ଦଶପଲ୍ଲା ଏନଏସି ବିଜେଡି ସଭାପତି ଭାବେ ଅନିଲ କୁମାର ରାୟ ଙ୍କ ନାମ ଘୋଷଣା କରାଯାଇଛି।

ad-week
Leave A Reply

Your email address will not be published.