ସଂଘବଦ୍ଧ ଖଣ୍ଡାରେ ଆକ୍ରମଣରେ ଜଣେ ଗୁରୁତର

youtube

ଅନୈତିକ ସମ୍ପର୍କ ସନ୍ଦେହ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଶିକିରି – ହିଞ୍ଜିଳି ରାଜ୍ୟ ରାଜପଥ ରେ ଗୁରୁବାର ସନ୍ଧ୍ୟା ରେ ତିନି ଜଣଙ୍କ ସଂଘବଦ୍ଧ ଭାବେ ଫିଲ୍ମ ଷ୍ଟାଇଲରେ ଖଣ୍ଡାରେ ଓ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ଭଞ୍ଜନଗର ଖଲାସି ସାହିର ରବୀନ୍ଦ୍ର ପ୍ରଧାନ। ଅନୈତିକ ସମ୍ପର୍କ ସନ୍ଦେହ କରି ତାଙ୍କ ଉପରେ ଆକ୍ରମଣ ହୋଇଥିବା ରବୀନ୍ଦ୍ର କହୁଥିବା ବେଳେ, ବିବାହିତା ମହିଳାଙ୍କୁ ପ୍ରେମ ପାଇଁ ହଇରାଣ ଯୋଗୁ ଏପରି ହୋଇଥିବା ଆଲୋଚନା ହେଉଛି। ଗୁରୁତର ରବୀନ୍ଦ୍ର ହିଞ୍ଜିଳିକାଟୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣ ଅଭିଯୋଗ ରେ ହିଞ୍ଜିଳି ପୋଲିସ ଭଞ୍ଜନଗର ଥାନା ଅଞ୍ଚଳର ସରୋଜ ଆପଟ ଓ ତାଙ୍କର ପତ୍ନୀ ଙ୍କୁ ଥାନାରେ ରଖି ପଚରାଉଚରା କରୁଛି।
ପ୍ରକାଶ ଯେ, ସରୋଜ ଆପଟ ହିଞ୍ଜିଳି ଥାନା ରାଳବ ଗ୍ରାମରେ ବିବାହ କରିଥଲେ। ସରୋଜ ଓ ରବୀନ୍ଦ୍ର ଉଭୟ ସୁରତରେ କାମ କରୁଛନ୍ତି। ସରୋଜଙ୍କ ପରିବାର ସହ ରବୀନ୍ଦ୍ର ଙ୍କ ସୁରଟ ଟ୍ରେନ ରେ ସମ୍ପର୍କ ସୃଷ୍ଟି ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଛି। ଗୁରୁବାର ସରୋଜ ଓ ତାଙ୍କ କିଛି ସମ୍ପର୍କୀୟ କୌଶଳକ୍ରମେ ରବୀନ୍ଦ୍ର ଙ୍କୁ ଭଞ୍ଜନଗର ରୁ ଡ଼କାଇ ଆଣିଥିଲେ। ରବିନ୍ଦ୍ର ନିଜ ବାଇକ ଓଆର୦୭ଏମ ୯୮୧୪ ଯୋଗେ ଆସିବା ସମୟରେ ତାଙ୍କୁ ନେଇ ହିଞ୍ଜିଳି – ଶିକିରି ରାଜ୍ୟ ରାଜପଥ ଉପରେ ହଠାତ୍ ସଂଘବଦ୍ଧ ଭାବେ ୩ ଜଣ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଦେଖୁ ରବିନ୍ଦ୍ର ଙ୍କୁ ବିଲ୍ ଭିତରକୁ ନେଇଯାଇଥିଲେ ।ଦ ଆକ୍ରମଣକାରୀ ମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।ଭୟରେ ଡେବିରି ହାତ ଦେଖେଇବାରୁ ଖଣ୍ଡାଚୋଟ ରବୀନ୍ଦ୍ର ଙ୍କ ହାତରେ ରେ ବାଜିଥିଲା। ଅନ୍ୟ ପକ୍ଷରେ ଉକ୍ତ ରାସ୍ତା ଦେଇ ଯାଇଥିବା ଲୋକମାନେ ଘଟଣାରେ ହସ୍ତକ୍ଷେପ ପରେ ୨ ଜଣ ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ପହଞ୍ଚି ସରୋଜ ଙ୍କୁ ଧରି ଥାନାକୁ ନେଇଛି। ଗୁରୁତର ଆହତ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତି କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଖବର ଲେଖା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।
ଫଟୋ: ଆକ୍ରମଣରେ ଆହତ ଓ ଉତ୍ୟକ୍ତ ଲୋକ ମାନେ।

Leave A Reply

Your email address will not be published.