ବିସ୍କୁଟ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ: ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସଂପତ୍ତି ନଷ୍ଟ

add-all

କଟକ: ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଥିବା ଏକ ବିସ୍କୁଟ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ବିସ୍କୁଟ କମ୍ପାନିର ମାଲିକ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ସର୍ଟସର୍କିଟ୍ ଯୋଗୁ କେତେକ ମୂଲ୍ୟବାନ ଯନ୍ତ୍ରପାତି ଜଳିଯାଇଛି। ଏହାଛଡ଼ା ବିସ୍କୁଟ ପ୍ରସ୍ତୁତି ଲାଗି ଆବଶ୍ୟକୀୟ କଞ୍ଚାମାଲ ବି ପୋଡ଼ିଯାଇଛିl

କାରଖାନା ମାଲିକ ଦୁର୍ଗା ମାଧବ ପାଣିଗ୍ରାହୀ ନିଆଁ ଲିଭାଇବା ସମୟରେ ଆହତ ହୋଇଛନ୍ତି l ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ।

ad-week
Leave A Reply

Your email address will not be published.