ଚମାଖଣ୍ଡି ଓଏଭିର ଛାତ୍ରଛାତ୍ରୀଙ୍କ ସଫଳତା

add-all

ବ୍ରହ୍ମପୁର : ସଦ୍ୟ ପ୍ରକାଶିତ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ଚମାଖଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସାଇ ସ୍ଵସ୍ତିକ ମୁଦୁଲି ୯୭.୨ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ତାଙ୍କ ବାପା ସୁଦାମ ଚରଣ ମୁଦୁଲି ଜଣେ ସରକାରୀ କିରାଣୀ ହୋଇଥିବା ବେଳେ ମା ଜଣେ ଗୃହିଣୀ ଅଟନ୍ତି। ସେହିପରି ଏହି ଆଦର୍ଶ ବିଦ୍ୟାଳୟର ଅନ୍ୟ ୫ ଜଣ ଛାତ୍ର ଯଥାକ୍ରମେ ଆର ଆଦିତ୍ୟ କୁମାର ୯୫.୨, ତନ୍ମୟି ନେପାକ ୯୪.୪, ଡି ପୂଜାରଣି ଆଚାରୀ ୯୩.୪, ଶଶାଙ୍କ ଶେଖର ପଣ୍ଡା ୯୨.୬ ଏବଂ ସୁଦୀପ୍ତା ଷଡ଼ଙ୍ଗୀ ୯୦.୨ ପ୍ରତିଶତ ନମ୍ବର ରଖି ସ୍କୁଲର ସୁନାମ ଆଣିବା ସହ ଭୁବନେଶ୍ୱର ଥିବା ଆଇକନିକ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ସୁଯୋଗ ପାଇଛନ୍ତି । ସ୍କୁଲ ରେ ମୋଟ ୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୮ ଜଣ ବିଦ୍ୟାର୍ଥୀ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ଅଦ୍ଭୁତ ସଫଳତାରେ ସ୍କୁଲ ଅଧକ୍ଷ ପ୍ରମୋଦ କୁମାର ବେହେରାଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଏକ ସରକାରୀ ବିଦ୍ୟାଳୟର ଏଭଳି ସଫଳତା ଦେଖି ଅଞ୍ଚଳରେ ଖୁସିର ମାହୋଲ ଖେଳି ଯାଇଛି।

ad-week
Leave A Reply

Your email address will not be published.