ସମାଜ କଲ୍ୟାଣ ବୋର୍ଡକୁ କ୍ରିୟାଶୀଳ କରିବେ ସରକାର

add-all

ଭୁବନେଶ୍ବର : ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସମାଜ କଲ୍ୟାଣ ବୋର୍ଡର ଗଠନ ଓ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜ କଲ୍ୟାଣ ବୋର୍ଡ ତୃଣମୂଳ ସ୍ତରରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକୁ ସଠିକ ଭାବରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି। ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସୁପ୍ରତିଷ୍ଠିତ ଅଣସରକାରୀ ସଂଗଠନକୁ ସମାଜ କଲ୍ୟାଣ ବୋର୍ଡ ଦ୍ୱାରା ତାଲିକାଭୁକ୍ତ କରାଯାଇ ସେମାନଙ୍କ ମାଧ୍ୟମରେ ଗାଁ ଗାଁ ରେ ଜନସଚେତନତା ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି।
ବୋର୍ଡକୁ କାର୍ଯ୍ୟ ପରିସରକୁ ଆହୁରି ବୃଦ୍ଧି କରିବା ନିମନ୍ତେ ବାର୍ଷିକ କାର୍ଯ୍ୟାବଳୀ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି। ବୋର୍ଡର ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଛନ୍ତି। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମାଜ କଲ୍ୟାଣ ବୋର୍ଡ ନିର୍ଦ୍ଦେଶିକ ମୋନିଶା ବାନାର୍ଜୀ ଓ ବିଭାଗୀୟ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.