ନୟାଗଡ ଜିଲ୍ଲା ରେ ଗଞ୍ଜାମ ର ଅପମିଶ୍ରଣ ଦେଶୀ ମଦର ବହୁଳ ପ୍ରସାର…..!

add-all

ବାବୁ ମାନଙ୍କ ଆଶ୍ରିବାଦ ରେ ଚାଲିଛି ଏହି କାରବାର…!
ବ୍ରହ୍ମପୁର://ଭୁବନେଶ୍ୱର: ନୟାଗଡ଼ ଅଞ୍ଚଳ କୁ ବାହାର ଜିଲ୍ଲାର ଅପମିଶ୍ରଣ ଦେଶୀ ମଦ ଅବାଧ ରେ ଆସୁଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ଭାଟିରେ ମହୁଲ ସ୍ଥାନରେ ଗୁଡ଼ ଓ ୟୁରିଆ ମିଶ୍ରିତ ପୋଚ ପ୍ରସ୍ତୁତ ହୋଇ ଦେଶୀ ମଦ ତିଆରି ହେଉ ଥିବା ଅଭିଯୋଗ ହୋଇ ଆସୁଛି। ଆସିକା ନିକଟରୁ ଅପମିଶ୍ରିତ ଦେଶୀ ମଦ ନୟାଗଡ଼ ଅଞ୍ଚଳ କୁ ଆସୁଥିବା ନେଇ ଆଲୋଚନା ହେଉଛି। ଚିକିଟି ମଦ ମୃତ୍ୟୁ ପରେ ଚୋରା ମଦ ମାଫିଆ ମାନେ ଏବେ ନୟାଗଡ଼କୁ ଏହି ଅପମିଶ୍ରଣ ମଦ ଆଣି ବେପାର କରୁଛନ୍ତି। ଅବକାରୀ ବିଭାଗର ଆଶୀର୍ବାଦ ରେ ମଦ ମାଫିଆ ମାନେ ଗଞ୍ଜାମ ଜିଲ୍ଲାରୁ ଅପମିଶ୍ରଣ ମଦ ଆଣି ନୟାଗଡ଼ରେ ଅବାଧ ରେ ବିକ୍ରି କରୁଥିବା ରୀତିମତ ଅଭିଯୋଗ ହୋଇଆସୁଛି। ନିସର୍ତ୍ତ ରେ ବାରମ୍ବାର ଅପମିଶ୍ରଣ ପୋଚ ସମ୍ପର୍କରେ ଖବର ପ୍ରକାଶ ହେଲେବି ପ୍ରଶାସନ ଜଳକା ସାଜିଛି। ଗଞ୍ଜାମ ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତ କୁ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ଛୁଟ ଦେଇଥିବା ନେଇ ଚର୍ଚ୍ଚା ହେଉଛି। ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ ପାଇଁ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶ୍ରଣ କରି ବିନା ଯାଞ୍ଜରେ ମଦ ପ୍ରସ୍ତୁତ କରାଯାଉଛି। ଚିକିଟି ପରେ ଏବେ ଆଉ ଏକ ମଦ ମୃତ୍ୟୁକୁ ନୟାଗଡ଼ ସହର ଅପେକ୍ଷା କରିଛି କି….?

ad-week
Leave A Reply

Your email address will not be published.