ଆସିକାରେ ହାଇଟେକ ସର୍ଭେ ମାଧ୍ୟମରେ ଭୁ-ବନ୍ଦୋବସ୍ତ କରିବାକୁ ଦାବୀ ପତ୍ର ପ୍ରଦାନ..!

youtube

ବ୍ରହ୍ମପୁର : ଆସିକା ପୌରାଞ୍ଚଳ ପାଞ୍ଚଟି ମୌଜା ରେ ହାଇଟେକ୍ ସର୍ଭେ ମାଧ୍ୟମରେ ଭୁ-ବନ୍ଦୋବସ୍ତ କରି ଅଧିବାସୀ ଙ୍କ ଘର ବାରି ପଟ୍ଟା ଯୋଗାଇବାକୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ଆଜି ସ୍ମାରକ ପତ୍ର ଦିଆଯାଇଛି। ସ୍ଥାନୀୟ ତହସିଲଦାର ଙ୍କ ଜରିଆ ରେ ଆସିକା ପୌରାଞ୍ଚଳର ଖମ୍ବେଶ୍ୱରୀ ପାଟଣା, ପାକଲା ପଲ୍ଲୀ, ନରସିଂହ ପୂର୍, ସୁନାମ୍ବ ଓ ଆସିକା ରାଜସ୍ବ ଗ୍ରାମବାସୀ ଙ୍କ ପକ୍ଷରୁ ମିଳିତ ଭାବେ ସୋମବାର ଦିନ ଏହି ସ୍ମାରକ ପତ୍ର ଦିଆଯାଇଛି।ରାଜ୍ୟ ସରକାର ଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆସିକା ପୌରାଞ୍ଚଳ ଅନ୍ତର୍ଗତ ପାଞ୍ଚଟି ମୌଜା ରେ ଭୁ-ବନ୍ଦୋବସ୍ତ ସମ୍ପର୍କିତ ନିର୍ଦ୍ଦେଶନାମା ( ଡି- ନୋଟିଫାଇ) ଗତ ଏପ୍ରିଲ୨୯ ତାରିଖରେ ପ୍ରକାଶିତ ହେବାପରେ ପୌରାଞ୍ଚଳ ପାଞ୍ଚମୌଜାର ଅଧିବାସୀ ଙ୍କ ଜମିପଟ୍ଟା ପାଇବା ଆଶା ମଉଳିଯାଇଛି। ଏଥି ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ସଂପୃକ୍ତ ପାଞ୍ଚ ମୌଜାରେ ହଜାର ହଜାର ସଂଖ୍ୟାରେ ଅଧିବାସୀ ଘର ଦ୍ବାର କରି ପୁରୁଷ ପୁରୁଷ ଧରି ବସ ବାସ କରିଆସୁଥିଲେ ମଧ୍ୟ ଗ୍ରାମ କଣ୍ଟକ ଓ ପରପଙ୍କ କିସମ ରେ ବାସଗୃହ ଜମି ରହିଥିବାରୁ ରାଜସ୍ବ ବିଭାଗ ପକ୍ଷରୁ ପଟ୍ଟା ବା ସତ୍ଵାଧିକାର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ।୨୦୧୭ ମସିହାରେ ଭୁ ବନ୍ଦୋବସ୍ତ ନେଇ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି କୁ ସମ୍ପ୍ରତି ବାତିଲ ( ଡି- ନୋଟିଫାଇ) କରା ଯିବା ଯୋଗୁ ସ୍ୱାଧୀନତା ର ଦୀର୍ଘବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଆସିକା ସହରାଞ୍ଚଳ ଓ ଆଖ ପାଖ ଗ୍ରାମରେ ଭୁ ବନ୍ଦୋବସ୍ତ ହୋଇନଥିବାରୁ ସ୍ଥାୟୀ ବାସିନ୍ଦା ବହୁ ସମସ୍ୟା ର ସମ୍ମୁଖୀନ ହୋଇ ଆସୁଛନ୍ତି।ସାଧାରଣ ଜନତା ଙ୍କ ବାସ ଗୃହ ଓ ଚାଷ ଜମି ର ପଟ୍ଟା ନଥିବାରୁ ନିଜର ଅସମୟରେ ବିକ୍ରୀ କିମ୍ବା ବ୍ୟାଙ୍କ୍ ଋଣ ପାଇବାରୁ ବଞ୍ଚିତ ହୋଇ ସମସ୍ୟା ର ସମ୍ମୁଖୀନ ହେଉଥିବା ରୁ ହାଇଟେକ୍ ସର୍ଭେ ମାଧ୍ୟମ ରେ ଭୂ ବନ୍ଦୋବସ୍ତ କରି ଅଧିବାସୀ ଙ୍କୁ ପଟ୍ଟା ଯୋଗାଇବାକୁ ସରକାର ଙ୍କ ନିକଟରେ ବହୁ ସଂଗଠନ ପକ୍ଷରୁ ଦାବୀ କରାଯାଇଥିବାବେଳେ ଆଜି ଆବାହକ ଗଙ୍ଗାଧର ଶତପଥିଙ୍କ ନେତୃତ୍ୱ ରେ ସତ୍ୟନାରାୟଣ ରଥ,ସନ୍ତୋଷ କୁମାରପାଣିଗ୍ରାହୀ, ନିରୋଜ କୁମାର ପାଢୀ, ଉପେନ୍ଦ୍ରନାଥ ମିଶ୍ର, ନିରଞ୍ଜନ ପଣ୍ଡା, ଶକ୍ତି ପ୍ରସାଦ କର, ଲକ୍ଷ୍ମୀନାରାୟଣ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.