ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଅଭିଯାନରେ ମହାଘୋଟଲା…!

youtube


ନୟାଗଡ଼:ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଯୋଜନାରେ ସାଙ୍ଘାତିକ କେଳେଙ୍କାରୀ ଖବର ପ୍ରକାଶ ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (ସିଡିଏଓ)ଙ୍କୁ ଏ ସମ୍ପର୍କିତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଆସିଛି ।ଏହି ସାଙ୍ଘାତିକ ଘୋଟାଲା ସମ୍ପର୍କରେ ଜନୈକ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଅଭିଯୋଗକୁ କୃଷି ବିଭାଗକୁ ପଠାଇଥିଲେ ।ଅଭିଯୋଗ ଆଧାରରେ ରାଜ୍ୟ କୃଷି ବିଭାଗ ଶ୍ରୀଅନ୍ନ ଅଭିଯାନ ଯୁଗ୍ମ ନିର୍ଦ୍ଦେଶକ ଗତ ମାର୍ଚ୍ଚ ୧୭ ତାରିଖରେ ଚିଠି ନମ୍ବର ୧୦୨୭୮ରେ ନୟାଗଡ଼ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନୋଟିସ କରିବା ସହିତ ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଯୋଜନାରେ ଚାଷ ନକରି ଚାଷୀ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଭୁଆଁ ବୁଲାଯାଉଛି ।ଯାହାର ସାଙ୍ଘାତିକ ରହସ୍ୟ ସୂଚନା ଅଧିକାର ତଥ୍ୟ ଅନୁସାରେ ମିଳିଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ନିଗମ ନାମକ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଥିବା ବେଳେ, ନୂଆଗାଁ ବ୍ଲକରେ ହାମସ, ଓଡ଼ଗାଁ ବ୍ଲକରେ ଇକୋ ସଲୁସନ୍ ପ୍ରାଇଭେଟ୍ ଲିମିଟେଡ, ଗଣିଆ ବ୍ଲକରେ ଜିୟୁସି, ଦଶପଲ୍ଲା ବ୍ଲକରେ ନିର୍ମାଣ ନାମକ ଏଞ୍ଜିଓ କୁ ସରକାରଙ୍କ ପକ୍ଷରୁ ଦାୟିତ୍ଵ ଦିଆଯାଇଥିଲା ।ଏହି ସଂସ୍ଥା ଗୁଡ଼ିକ ନକଲି ଚାଷୀ ତାଲିକା ପ୍ରସ୍ତୁତ କରି ସରକାରଙ୍କ ପକ୍ଷରୁ ଆସୁଥିବା ସହାୟତାକୁ ହରିଲୁଟ କରୁଛନ୍ତି ।ଜିଲ୍ଲାରେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୧୦ ପ୍ରତିଶତ ମଧ୍ୟ ଚାଷ କରିନାହାନ୍ତି ।ଜିଲ୍ଲାରେ ଚାଷୀ ସହାୟତା, ମାଣ୍ଡିଆ କିଣା ସହାୟତା, ଏନଜିଓ ସଚେତନତା କାର୍ଯ୍ୟକ୍ରମ ଓ ଏନଜିଓ କର୍ମଚାରୀଙ୍କ ଦରମା ବାବଦରେ ୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରାଯାଇଛି।
ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ ତଦନ୍ତ କରି ରାଜ୍ୟ କୃଷି ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି ।ରାଜ୍ୟ କୃଷି ବିଭାଗ କେଉଁ ପଦକ୍ଷେପ ଗ୍ରହଣ କରୁଛି ତାକୁ ଅପେକ୍ଷା କରାଯାଇଛି ବୋଲି ସିଡିଏଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.