ବଦଳିଲା କ୍ୟାବିନେଟ ଢ଼ାଞ୍ଚା, ସଚିବଙ୍କ କ୍ଷମତା ସଙ୍କୁଚିତ 

add-all

ଭୁବନେଶ୍ୱର,୨୦।୫: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ ଢ଼ାଞ୍ଚା। କ୍ୟାବିନେଟ ବୈଠକରେ ସଚିବଙ୍କ କ୍ଷମତା ସଙ୍କୁଚିତ  କରାଯାଇଛି। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ  ସବୁ ବିଭାଗକ ସଂସଦୀୟ ସଚି ଚିିଠି ଲେଖିଛନ୍ତି। ୫ ଦିନ ପୂର୍ବରୁ କ୍ୟାବିନେଟ୍‌ ବସିବା ତାରିଖ  ଚୂଡ଼ାନ୍ତ ହେବ। ୩ ଦିନ ପୂର୍ବରୁ କ୍ୟାବିନେଟ୍‌ର ସମସ୍ତ ପ୍ରସ୍ତାବମଧ୍ୟ ଚୂଡ଼ାନ୍ତ ହେବ।

ଅନ୍ୟପକ୍ଷେ, ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବ।ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ପ୍ରସ୍ତାବ କ୍ୟାବିନେଟ ଆସିପାରିବନି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ ବସିପାରିବନି ବୋଲି ନିଷ୍ପତ୍ତି ହୋଇଛି। ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ ରୁମ୍‌କୁ ଯାଇପାରିବେ। ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀଙ୍କ ଦାୟିତ୍ୱ। କ୍ୟାବିନେଟ୍‌ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟଙ୍କୁ ମନା ହୋଇଛି।

ad-week
Leave A Reply

Your email address will not be published.