ସୁଶାନ୍ତ ନାୟକ ହତ୍ୟା ମାମଲା: ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ, ୨୫ ହଜାର ଜରିମାନା

add-all

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ବହୁଚର୍ଚ୍ଚିତ ସୁଶାନ୍ତ ନାୟକଙ୍କ ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌-୨ ରାୟ ଶୁଣାଇଛନ୍ତି। ମଙ୍ଗଳବାର କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଏହି ମାମଲା ସହିତ ସଂପୃକ୍ତ ପାଞ୍ଚ ଜଣ ଦୋଷୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥି ସହିତ କୋର୍ଟ ଦୋଷୀସାବ୍ୟସ୍ତଙ୍କୁ ୨୫ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି। ଜରିମାନା ଏଡିଜେ-୨ ଅନାଦେୟ ୧ ବର୍ଷ ଅଧିକ ସଜା ମଧ୍ୟ ଶୁଣାଇଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ ଯେ, ସୁଶାନ୍ତ ନାୟକଙ୍କ ଝିଆରୀଙ୍କୁ କୋର୍ଟରେ ‌ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ଅସଦାଚରଣ କରିଥିଲେ। ଏହାକୁ ଦାଦା ସୁଶାନ୍ତ ନାୟକ ବିରୋଧ କରିଥିଲେ। ଏହାକୁ ନେଇ ଖରାପ କାମ ସହିତ ସଂପୃକ୍ତ ୫ ଜଣ ଏବଂ ସୁଶାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଦେଖୁ ଦେଖୁ ବିବାଦ ହତ୍ୟାକାଣ୍ଡର ରୂପ ନେଇଥିଲା। ୫ଜଣ ବ୍ୟକ୍ତି ସୁଶାନ୍ତ ନାୟକଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ‌ ସେମାନେ ଫେରାର ହୋଇଯାଇଥିଲେ। ଏହି ହତ୍ୟାକାଣ୍ଡ ନେଇ ୨୦୨୩ ମେ’ ମାସରେ ମାମଲା ରୁଜୁ ହୋଇଥିଲା। ପୁଲିସ ମାମଲା ରୁଜୁ କରି ହତ୍ୟାକାଣ୍ଡରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବାରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା।
ହତ୍ୟାକାଣ୍ଡରେ ସଂପୃକ୍ତ ବ୍ୟକ୍ତିମାନେ କନ୍ଧମାଳରେ ଲୁଚିଥିଲେ। ଶେଷରେ ପୁଲିସର ସ୍ପେଶାଲ ଅପରେସନ ମାଧ୍ୟମରେ କନ୍ଧମାଳରେ ଲୁଚିଥିବା ଅପରାଧୀମାନଙ୍କୁ ଗିରଫ କରାଯାଇଥିଲା। ହତ୍ୟାକାଣ୍ଡକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଛି। ଏଡିଜେ-୨ ଏବେ ଏହି ହତ୍ୟା ମାମଲାରେ ରାୟ ପ୍ରକାଶ କରିଛନ୍ତି। ଅପରାଧ ସହିତ ୫ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଯଦି ଜରିମାନା ଅନାଦେୟ ହୁଏ, ତେବେ ଅଧିକ ଏକ ବର୍ଷ ସଜ୍ଜା କାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ad-week
Leave A Reply

Your email address will not be published.