ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଉନ୍ନତ ବିଜୁଳି ସେବା ଯୋଗାଉଛି ଟିପିଏସ୍ଓଡିଏଲ୍

add-all

— ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜକୁ ୭.୦ ସର୍କିଟ କିମି ଦୀର୍ଘ ୩୩ କେଭି ବିଜୁଳି ଲାଇନର ଉନ୍ନତୀକରଣ

— ୧୨୦ ଟି ନୂତନ ବିଦ୍ୟୁତ ଖୁଣ୍ଟ ସ୍ଥାପନ

— ବିଜୁଳି ସେବା ବାଧାପ୍ରାପ୍ତ ରୋକିବା ପାଇଁ ୩୩ କେଭି ଲାଇନରେ ବାର୍ଡ ଗାର୍ଡ ସ୍ଥାପନ

ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ ପକ୍ଷରୁ ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜକୁ ସଂଯୋଗ ହୋଇଥିବା ୩୩ କେଭି ବିଦ୍ୟୁତ ଲାଇନର ଉନ୍ନତିକରଣ କରାଯାଇଛି। ଯାହା ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଅନୁଷ୍ଠାନକୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ହୋଇପାରିବ।

ଓଡ଼ିଶା ଉପକୂଳରେ ଥିବା ଆର୍ମି ଏୟାର ଡିଫେନ୍ସ କଲେଜ ଭାରତୀୟ ପ୍ରତିରକ୍ଷା ବଳର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଭଳି ଏକ ପ୍ରମୁଖ ଜାତୀୟ ପ୍ରତିଷ୍ଠାନରେ ତାଲିମ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି।

ଚଳିତ ବର୍ଷ ଏହି ଉନ୍ନତିକରଣ ପ୍ରକଳ୍ପ ଶେଷ ହୋଇଛି ଏବଂ ଏଥିରେ ୭.୦ ସର୍କିଟ କିମି ଦୀର୍ଘ ୩୩ କେଭି ବିଜୁଳି ଲାଇନକୁ ଉନ୍ନତ କରାଯାଇଛି। ଏହି ପଦକ୍ଷେପରେ ପୁରୁଣା କଣ୍ଡକ୍ଟରଗୁଡ଼ିକୁ ବଦଳାଇବା ସହ ନଷ୍ଟ ହୋଇଯାଇଥିବା ବିଦ୍ୟୁତ ଖୁଣ୍ଟଗୁଡ଼ିକୁ ବାହାର କରି ୧୨୦ ଟି ନୂଆ ବିଦ୍ୟୁତ ଖୁଣ୍ଟ ସ୍ଥାପନ କରାଯାଇଛି। ଏହାବ୍ୟତୀତ ୩୩ କେଭି ଲାଇନରେ ବାର୍ଡ ଗାର୍ଡ ଲଗାଯାଇଛି, ଯାହା ଫଳରେ ପକ୍ଷୀଙ୍କ ସ୍ପର୍ଶ ଯୋଗୁଁ ବିଜୁଳି ସେବା ବାଧାପ୍ରାପ୍ତ ହେବାକୁ ରୋକା ଯାଇପାରିବ।

ଏହି ଭିତ୍ତିଭୂମି ଉନ୍ନତିକରଣ ପରେ ପୂର୍ବରୁ ଥିବା ସମସ୍ୟା ଦୂର ହେବା ସହ ଆର୍ମି ଏୟାର ଡିଫେନ୍ସ କଲେଜକୁ ସ୍ଥାୟୀ ଏବଂ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇଛି। ଏହି ପଦକ୍ଷେପ ଦ୍ବାରା ଏହି ପ୍ରତିରକ୍ଷା ପ୍ରତିଷ୍ଠାନର ବିଜୁଳି ଚାହିଦା ପୂରଣ ହୋଇପାରିବ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ମାଧ୍ୟମରେ ଜାତୀୟ ସ୍ତରର ଅନୁଷ୍ଠାନକୁ ଉନ୍ନତ ସେବା ଯୋଗାଇବା ହେଉଛି ଆମର ଏକ ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରକଳ୍ପ ଦକ୍ଷିଣ ଓଡ଼ିଶାର କୋଣ ଅନୁକୋଣରେ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।”

ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ଏବଂ ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକୁ ବିଜୁଳି ସେବା ଯୋଗାଣ ଉପରେ ଟିପିଏସ୍ଓଡିଏଲର ଗୁରୁତ୍ୱକୁ ଏହା ପ୍ରତିଫଳିତ କରେ। ଉପଭୋକ୍ତା ସନ୍ତୁଷ୍ଟି ଏବଂ ୨୪×୭ ଭରସାଯୋଗ୍ୟ ବିଜୁଳି ସୁନିଶ୍ଚିତ କରିବା ସହ ଟିପିଏସ୍ଓଡିଏଲ୍ ପରିସରଭୁକ୍ତ ଅଞ୍ଚଳରେ ବିଦ୍ୟୁତ ବିତରଣ ନେଟୱର୍କକୁ ଉନ୍ନତ କରିବା ପାଇଁ କମ୍ପାନୀ ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଉଛି।

ad-week
Leave A Reply

Your email address will not be published.