୨୭ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡିର ଆନ୍ଦୋଳନ

youtube

ଭୁବନେଶ୍ୱର: ରାଜ୍ୟରେ ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିରେ ବିଜେଡିର ଜୋରଦାର ଆନ୍ଦୋଳନ । ବିଜେପି ସରକାରଙ୍କ ଉପରେ ଚାପ ପକାଇବାକୁ ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି । ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତେ ନ୍ୟାୟରେ ଓବିସିଙ୍କୁ ୨୭ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଦାବି କରି ଆସୁଛି ବିଜେଡି । ସୂଚନା ଅନୁଯାୟୀ କିଛି ଦିନ ତରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ୧୧.୨୫ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜେଡି ଏଥିରେ ପ୍ରଶ୍ନ କରି କହିଛି ଯେ ଯେଉଁଠି ସିଟ ଖାଲି ପଡୁଛି ସେଠି ସଂରକ୍ଷଣ ଦିଆଯାଇଛି । ଏଥିରେ କି ଫାଇଦା ମିଳିବ । ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ସଂରକ୍ଷଣ କେବେ ମିଳିବ ବୋଲି ଦଳ ପ୍ରଶ୍ନ କରିଛି ।

Leave A Reply

Your email address will not be published.