ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା; ଜୁନରୁ ମିଳିବ ୩୫୦୦ ଟଙ୍କା

youtube

ଭୁବନେଶ୍ବର: ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢିଲା । ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ ସରକାର । ଏନେଇ ସମସ୍ତ ଡିଏସଏସଓଏସଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ , ସୋମନଙ୍କୁ ମଧ୍ୟ ଜୁନ୍ ମାସରୁ ମାସିକ ୩ ହଜାର ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ଏହି ଭତ୍ତା ବରିଷ୍ଠ ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସ୍ଵାବଲମ୍ବୀ ଭାବେ ଜୀବନ ଯାପନ କରିବାରେ ସହାୟତା କରିବ ।

ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ଦ୍ବାରା ଉପକୃତ ହେବେ ରାଜ୍ୟର ୪ ଲକ୍ଷ ୧୭ ହଜାର ୪୯୬ଜଣ ହିତାଧିକାରୀ ।

Leave A Reply

Your email address will not be published.