ଆବୁଜମାଡ ଜଙ୍ଗଲରେ ନକ୍ସଲମାନଙ୍କ ସହ ଏନକାଉଣ୍ଟର, ୧.୫ କୋଟି ଇନାମୀ ବାସା ରାଜୁ ନିହତ…

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରେ ସେନାର ମିଳିତ ଅପରେସନରେ ଆଜି ୩୦ ଜଣ ନକ୍ସଲ ନିହତ ହୋଇଛନ୍ତି । ସୂଚନା ରୁ ପ୍ରକାଶ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଓରଛା ଥାନା ଅଞ୍ଚଳର ଘନ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ସୈନିକମାନେ ବଡ଼ ସଫଳତା ହାସଲ କରିଛନ୍ତି। ଏନକାଉଣ୍ଟରରେ ମୋଷ୍ଟ ୱାଣ୍ଟେଡ୍ ମାଓ କମାଣ୍ଡର ନାମ୍ବାଲା କେଶବ ରାଓ ଓରଫ ବାସଭ ରାଜୁ ନିହତ ହୋଇଛନ୍ତି। ବାସଭ ରାଜୁ ମାଓବାଦୀଙ୍କ ସହିତ ଜଡିତ ଥିଲେ ଏବଂ ତାଙ୍କୁ ସିସିଏମ (କେନ୍ଦ୍ରୀୟ କମିଟି ସଦସ୍ୟ) ଏବଂ ପିବିଏମ (ପଲିଟବ୍ୟୁରୋ ସଦସ୍ୟ) ଭଳି ଉଚ୍ଚପଦସ୍ଥ ମାଓବାଦୀଙ୍କୁ ସୁରକ୍ଷା ଯୋଗାଇବାର ଦାୟିତ୍ୱ ଦିଆଯାଇଥିଲା। ଆଜିର ଏହି ଅପରେସନରେ ଏପର୍ଯ୍ୟନ୍ତ ପ୍ରାୟ 30 ଜଣ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ନାରାୟଣପୁରର ଦୁର୍ଗମ ଏବଂ ଘନ ଜଙ୍ଗଲରେ ସୁରକ୍ଷା ବାହିନୀ ଏହି ଅପରେସନ୍ କରିଥିଲେ। ଏହି ସଫଳତାକୁ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି।

ad-week
Leave A Reply

Your email address will not be published.