ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

add-all

ମୁମ୍ବାଇ: ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଫ୍ୟାସନ ସହିତ ଜଡ଼ିତ କିଛି ନୂଆ ଜିନିଷକୁ ଉପସ୍ଥାପନ କରାଯାଇଥାଏ। ଚଳିତବର୍ଷ ଅଭିନେତ୍ରୀ ରୁଚି ଗୁଜ୍ଜର ପିନ୍ଧିଥିବା ନେକଲେସ  ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। 

ଅଭିନେତ୍ରୀ ତଥା ମଡେଲ ରୁଚି ଗୁଜ୍ଜର ୨୦୨୫ ମସିହାରେ କାନ୍ସରେ ଡେବ୍ୟୁ କରିଥିଲେ। ଏଥିରେ ସେ ଭାରତୀୟ କଳାକୃତିକୁ ପ୍ରଦର୍ଶନ କରୁଥିବା ଏକ ବୋଲ୍ଡ ଗୋଲ୍ଡ ଲେହେଙ୍ଗା ପିନ୍ଧିଥିଲେ। ଏଥିସହିତ ରୁଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ଏକ ଆକର୍ଷଣୀୟ ପେଣ୍ଡେଣ୍ଟ ହାର ପିନ୍ଧିଥିଲେ। ଏହି ହାର ଏବେ ଚର୍ଚ୍ଚାର ପରିସରରେ ରହିଛି।

ରୁଚି ତାଙ୍କର ଏହି ସ୍ବତନ୍ତ୍ର ନେକଲେସକୁ ନେଇ କହିଛନ୍ତି ” ଏହି ହାର କେବଳ ଅଳଙ୍କାର ନୁହେଁ – ଏହା ବିଶ୍ୱ ସ୍ତରରେ ଶକ୍ତି, ଦୃଷ୍ଟିକୋଣ ଏବଂ ଭାରତର ଉତ୍ଥାନର ପ୍ରତୀକ। କାନ୍ସରେ ଏହାକୁ ପିନ୍ଧି ମୁଁ ଆମର ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିବାକୁ ଚାହିଁଥିଲି, ଯାହାଙ୍କ ନେତୃତ୍ୱ ଭାରତ ଏକ ନୂତନ ଉଚ୍ଚତାରେ ପହଞ୍ଚି ପାରିଛି।”

ad-week
Leave A Reply

Your email address will not be published.