
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ ସାଧାରଣ ନିର୍ବାଚନ ପରେ ଚର୍ଚ୍ଚାରେ ରହିଆସିଛି। ଚଳିତ ମାସ ୨ ତାରିଖ ଦିନ ଆସିକା ଅଞ୍ଚଳର ଏକ ଫାର୍ମ ହାଉସରେ କିଛି ସରକାରୀ ବାବୁ ମାନଙ୍କୁ ମେଳି ବାନ୍ଧି ଲେଖା ଛିଡ଼େଇବାକୁ ନେଇ ଏକ ବୈଠକ ବସିଥିବା ଆଲୋଚନା ହୋଇଥିଲା। କୁଆଡ଼େ ଉକ୍ତ ବୈଠକ ରେ ହୋଇଥିବା ଚୁକ୍ତିର ଖିଲାପ କରିବା ପରେ ପଞ୍ଚାୟତରାଜ ଓ ରାଜସ୍ୱ ବିଭାଗ ଦୁଇ ଅଧିକାରୀଙ୍କୁ ଏଠାରୁ ବିଦାୟ ପାଇଁ ମସୁଧା ଓ ସୁପାରିଶ କରାଯାଇଥିବା ଘଟଣା ଏବେ ଆସିକା ରେ ଚର୍ଚ୍ଚାର ବିଷୟ ହୋଇଛି। ପିସି ଦେବାକୁ “ହାଁଜୀ” ପ୍ରତି ମାସରେ ଲେଖା ଛିଡ଼େଇବା “ନାଁଜୀ” ଏବେ ଦୁଇ ଅଧିକାରଙ୍କୁ ମହଙ୍ଗା ପଡ଼ିବାକୁ ଯାଉଥିବା ଏବେଠାରୁ ଆଲୋଚନା ହେଲାଣି। ଆଜି ପଞ୍ଚାୟତ ରାଜ ବିଭାଗର ଦୁଇ କର୍ମଚାରୀଙ୍କୁ ଏଠାରୁ ବଦଳୀ ହେବା ପରେ ବ୍ଲକ ନିକଟରେ ଥିବା ଚାହା ଖଟିରେ ଜୋର ଦାର ଚର୍ଚ୍ଚା ହେଉଛି। ଆସିକା ରେ କିଛି ମାସ ହେଲା ବିଭିନ୍ନ ବିଭାଗର ବାବୁ ମାନେ ବଦଳୀ ହୋଇ ଆସିଛନ୍ତି। ଲେଖା ଛିଡେଇବାରେ ବିଫଳ ହୋଇ ବର୍ତ୍ତମାନ ବାବୁ ମାନଙ୍କ ମନ ଠିକ ନଥିବାକୁ ନେଇ ବିଭିନ୍ନ କାର୍ଯ୍ୟାଳୟ ରେ ଆଲୋଚନା ହେଉଛି। ଫାର୍ମ ହାଉସ ର ନିଷ୍ପତ୍ତି ର ଖିଲାପ କରିଲେ ବାବୁ ମାନେ ହଇରାଣ ହରକତ ର ସମ୍ମୁଖୀନ ହେବେ ବୋଲି ନେତାଙ୍କ ନିକଟତମ ମହଲ ରେ ବି ଚର୍ଚ୍ଚା ହେଉଛି। ବର୍ତ୍ତମାନ ଆସିକା ରେ ଚାଲିଛି ହିଟଲରୀ ଶାସନ ବୋଲି ଚର୍ଚ୍ଚା ଜୋର ଧରିଲାଣି l ସରକାରୀ ବାବୁ ମାନଙ୍କ ଆସିକା ନିର୍ବାଚନ ମଣ୍ଡଳୀ ରେ କାମ କରିବାକୁ ଆଉ ଇଛା ନାହିଁ ବୋଲି ଶୁଣିବାକୁ ମିଳୁଛି l ପୁଣି ନୂତନ ସରକାର ଙ୍କ ନୁଆଁ ନିୟମ ନେତାଙ୍କ ଅଧୀନରେ ରହି କାର୍ଯ୍ୟ କରିବାକୁ ବାଧ୍ୟ, ବୋଲ ନମାନିଲେ ହେବ ବଦଳି ଯାହାକି ଗଞ୍ଜାମ ଜିଲ୍ଲା ଆସିକା ରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି l