ଓଡ଼ଗାଁରେ ତ୍ରିରଙ୍ଗା ଶୋଭାଯାତ୍ରା

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ର ସମୁଚିତ ଜବାବ ଦେବାକୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ସମସ୍ତ ଭାରତୀୟ ମନରେ ଦେଶପ୍ରେମ ଜାଗ୍ରତ କରିଛି । ଯାହାଦ୍ଵାରା ସାରା ଦେଶରେ ସୈନିକ ମାନଙ୍କର ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅବ୍ୟାହତ ରହିଛି ।ଓଡ଼ଗାଁ ଠାରେ ସ୍ଥାନୀୟ ରାଷ୍ଟ୍ରୀୟ ହିନ୍ଦୁସେନା ଆନୁକୁଲ୍ୟରେ ଓଡ଼ଗାଁ ଆଞ୍ଚଳିକ ପୂର୍ବତନ ସୈନିକ ସଂଘ ସଦସ୍ୟଙ୍କ ସହଯୋଗରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସମବେତ ସଦସ୍ୟ, ବୁଦ୍ଧିଜୀବୀ, ପୋଲିସ ଫୋର୍ସ ସହିତ ଏନଏସି ଅଧିକାରୀ ଦୁଃଶାସନ ସ୍ୱାଇଁ ସ୍ଵତଃ ସାମିଲ ହେବାପରେ ଶ୍ରୀ ରଘୁନାଥ ମନ୍ଦିର ଠାରୁ ଦଲକ ସ୍ଥିତ ମା ଗୟଳ ସିଂ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରାରେ ଆସିଥିଲେ ।ଏଥିରେ ରାଷ୍ଟ୍ରୀୟ ହିନ୍ଦୁସେନା ଆବାହକ ସୁଶାନ୍ତ ପାତ୍ର, ଅଚ୍ୟୁତାନନ୍ଦ ପଣ୍ଡା, ବିରେନ୍ଦ୍ର ନନ୍ଦଙ୍କ ସମେତ ଶତାଧିକ ସ୍ଥାନୀୟ ବାସିନ୍ଦା ଓ ମହିଳା ସାମିଲ ଥିଲେ ।

ad-week
Leave A Reply

Your email address will not be published.