ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର

youtube

ବ୍ରହ୍ମପୁର : ବ୍ରହ୍ମପୁର ବାପୁଜୀ ଆଶ୍ରମ ସ୍ଥିତ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ସ୍ବେଚ୍ଛାକୃତ ରକ୍ତଦାନ ଶିବିର। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସହିଦ୍ ଦିବସ ଉପଲକ୍ଷେ, ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏବଂ ବ୍ରହ୍ମପୁର ରକ୍ତ କେନ୍ଦ୍ର ରେ ରକ୍ତର ଅଭାବକୁ ଦୃଷ୍ଟି ରେ ରଖି ଜିଲ୍ଲା ସଭାପତି ବିକାଶ ନାୟକଙ୍କ ନେତୃତ୍ୱରେ ଏକ ” ରକ୍ତଦାନ ଶିବିର ” ଆୟୋଜନ କରାଗଲା । ଅତିଥି ଭାବରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି କୃଷ୍ଣ ମାହାନ୍ତି ଓ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଜ୍ଞାନରଞ୍ଜନ ରାଉତଙ୍କ ସହ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ ସଭାପତି ଦୀପକ ପଟ୍ଟନାୟକ , ରାଜ୍ୟ କଂଗ୍ରେସ ସମ୍ପାଦକ ସାକା ସୁଜିତ୍ କୁମାର , ବରିଷ୍ଠ କଂଗ୍ରେସ ନେତା ରାଘବ ପରିଡ଼ା, ତ୍ରିନାଥ ବେହେରା ,ପ୍ରମୋଦ ଜେନା , ଅତୁଲ୍ୟ ପାଢ଼ୀ , ବୃନ୍ଦାବନ ଖଟେଇ ପ୍ରମୁଖ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ , ପଦ୍ମ ସାହୁ , ତତ୍ ସତ୍ ସୁବୁଦ୍ଧି , ଚିନ୍ମୟ ହୋତା , ପିଣ୍ଟୁ ମଣ୍ଡଳ , ସୁପ୍ରଭା ଦାସ , ସୁଶ୍ରି ସୁଦିପ୍ତା , ଶଙ୍କର ଅଧିକାରୀ , ରାଜୀବ ଖୁଣ୍ଟିଆ , ରୁଦ୍ର ଖଟୁଆ , ଇଯୁ ଅମିର ଖାନ , କାମରାଜୁ ଡାକୁଆଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେବା ସହ ସତାଧିକ କଂଗ୍ରେସ କର୍ମୀ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

Leave A Reply

Your email address will not be published.