ଗଞ୍ଜାମ ପୋଲିସ ଜିଲ୍ଲା ପରେ ଏବେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଚଢ଼ାଉ: ୬ ମାଉଜର ଓ ଜୀବନ୍ତ ଗୁଳି ଜବତ,୧୨ ଗିରଫ…..!

add-all

ଜିଲ୍ଲାରେ ମାଳ ମାଳ ମାଉଜର,  ଟାର୍ଗେଟ ରେ କିଏ ?…..!

ବ୍ରହ୍ମପୁର: ଚଳିତ ମାସ ରେ ଗଞ୍ଜାମ ପୋଲିସ ହାତରେ ମାଳ ମାଳ ମାଉଜର ସାଙ୍ଗକୁ ୩୦ ରୁ ଉର୍ଦ୍ଧ ଅପରାଧୀଙ୍କୁ ପୋଲିସ ବାନ୍ଧିଥିଲା। ଆଜି ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ୬ ମାଉଜର ଜୀବନ୍ତ ଗୁଳି ସହ ୧୨ ଜଣ ଦୁର୍ଦ୍ଧାନ୍ତ ଅପରାଧୀକୁ ପୋଲିସ ଗିରଫ କରିଛି। ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଆଇଜି ନିତୀ ଶେଖର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।ପୋଲିସ ପକ୍ଷରୁ ଏକ ସପ୍ତାହ ହେଲା ସ୍ୱତନ୍ତ୍ର ଡ୍ରାଇଭ ଚାଲିଥିଲା। ଏଥିରେ ନିମଖଣ୍ଡି, ସଦର ଥାନା, ଗୋସାଇଁ ନୂଆଗାଁ ଥାନା ସମେତ ଦିଗପହଣ୍ଡି ଥାନା ଅଞ୍ଚଳରୁ ଦୁର୍ଦ୍ଧାନ୍ତ ଅପରାଧ ତତ୍ତ୍ୱ ମାନଙ୍କୁ ଉଠାଇ ଆଣି ତଦନ୍ତ କରିବା ପରେ ସେମାନଙ୍କ ଠାରୁ ଏହି ମାଉଜର ଓ ଗୁଳି ଜବତ କରିବା ସହ ୧୨ ଜଣକୁ ଗିରଫ କରାଯାଇଛି। ବ୍ରହ୍ମପୁର ଏସପି ଡ଼ା ସର ବଣା ବିବେକ ଏହି ସ୍ପେଶାଲ ଡ୍ରାଇଭର ନେତୃତ୍ୱ ନେଇଥିଲେ।ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରୁ ମାଳ ମାଳ ମାଉଜର ବାହାରୁଛି। ବନ୍ଧୁକ ପାହାଡ଼ ଉପରେ ଗଞ୍ଜାମ ଥିଲା ଭଳି ମନେ ହେଉଛି। ଗଞ୍ଜାମ ଜିଲ୍ଲାରେ ଏବେ ମଦ ଓ ବାଲିକୁ ନେଇ ମାଫିଆ ମାନଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଉଛି। ଆଗ ଧାଡ଼ିର ଭାଇ ମାନେ ସ୍ଥାନୀୟ ନେତାଙ୍କ ଛତ୍ର ଛାୟା ତଳେ ରହି ନୂଆ ନୂଆ ଯୁବକ ମାନଙ୍କୁ ନିଜ ଦଳରେ ସାମିଲ କରି ସେମାନଙ୍କ ହାତରେ ଗୋଟେ ଗୋଟେ ମାଉଜର ଧରେଇ ଯାହାକୁ ଚାହିଁବେ ତାହାକୁ ଟାର୍ଗେଟ କରୁଥିବା ଏଥିରୁ ସ୍ପଷ୍ଟ ବାରିହେଉଛି। ଗଞ୍ଜାମ ଜିଲ୍ଲାକୁ ଏତେ ସଂଖ୍ୟକ ମାଉଜର ଆସୁଛି କେଉଁ ଠାରୁ। ଉଭୟ ଜିଲ୍ଲାର ପୋଲିସ କୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ ବନ୍ଧୁକ ପାହାଡ଼ ନିକଟ କୁ ଠାବ କରିବାକୁ ଏବଂ ମୁଖ୍ୟ ଅପରାଧୀ ଏବଂ ଏମାନଙ୍କ ପଛରେ କେଉଁ ଅଦୃଶ୍ୟ ଶକ୍ତି ରହିଛି ତାକୁ ବି ଗିରଫ ଅତିଶୀଘ୍ର କରାଯିବ ବୋଲି ପୋଲିସ କହିଛି

ad-week
Leave A Reply

Your email address will not be published.