ଓଡ଼ଗାଁ ଏନଏସି ପକ୍ଷରୁ ଚଢ଼ାଉ: ପଲିଥିନ ଜବତ ଓ ଜୋରିମାନା ଆଦାୟ…


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ରେ ବିଭିନ୍ନ ଦୋକାନ ଗୁଡିକରେ ଚଢାଉ କରାଯାଇ ୨ କୁଇଣ୍ଟାଲ ପଲିଥିନ ଜବତ ସହିତ ୪ହଜାର ୭ ଶହ ଜୋରିମାନା ଟଙ୍କା ଆଦାୟ କରାଯାଇଛି। ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ ଙ୍କ ସହିତ ସ୍ଥାନୀୟ ପୋଲିସ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।ଓଡ଼ଗାଁ ଲକ୍ଷ୍ମୀ ବଜାର, ମନ୍ଦିର ରୋଡ଼, କଦମ୍ବ ବଜାର ସହିତ ବିଭିନ୍ନ ସ୍ଥାନରେ ଥିବା ଦୋକାନ ଓ ଗୋଦାମ ରେ ଚଢାଉ କରାଯାଇଥିଲା ।ପୁନର୍ବାର ପଲିଥିନ ବ୍ୟବହାର ଓ ବିକ୍ରି ନ କରିବା ପାଇଁ ଦୋକାନୀ ମାନଙ୍କୁ ତାଗିଦ୍ କରାଯାଇଥିଲା ।ଏଥିରେ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ad-week
Leave A Reply

Your email address will not be published.