ଯୁକ୍ତ ୨ ପରୀକ୍ଷା ଫଳ କଳାରେ ମୁନି ସାହୁ ଏବଂ ବିଜ୍ଞାନରେ ଏନ.ଶାଇନି ରାଇକିଆ ବ୍ଲକ ଟପର

add-all

ରାଇକିଆ : ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଦୁଇଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରିଚାଳିତ ଯୁକ୍ତ ୨ କଳା ଏବଂ ବିଜ୍ଞାନରେ ପରୀକ୍ଷା ଦେଇଥିଲେ । ସୁଧାକିରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଇକିଆରୁ ଯୁକ୍ତ ୨ କଳାରେ ମୋଟ ୨୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୯ ଜଣ ଦ୍ଵିତୀୟ ଶ୍ରେଣୀରେ ୭୨ ଜଣ ତୃତୀୟ ଶ୍ରେଣୀରେ ୭୯ ଜଣ ମୋଟ ୨୦୦ ଜଣ ପାସ ହୋଇ ପାସହାର ୯୩.୮୯ ପ୍ରତିଶତ ରହିଅଛି । ମୁନି ସାହୁ ୫୨୬ ମାର୍କ ସହ ୮୭.୬୬ ପ୍ରତିଶତ ରଖି ବିଦ୍ୟାଳୟ ସହ ରାଇକିଆ ବ୍ଲକ ଟପର ହୋଇଛନ୍ତି । ସେହିପରି ଜୀବନଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳା ପରୀକ୍ଷାରେ ୩୦୫ ଜଣ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୦ ଜଣ, ଦ୍ଵିତୀୟ ଶ୍ରେଣୀରେ ୩୯ ଜଣ , ତୃତୀୟ ଶ୍ରେଣୀରେ ୧୮୨ ଜଣ ପାସ ହୋଇ ପାସହାର ୭୯.୦୧ ପ୍ରତିଶତ ରହିଅଛି । କଳାରେ କାନ୍ତି ପ୍ରଧାନ ୪୭୧ ମାର୍କ ରଖି ୭୮.୫୦ ପ୍ରତିଶତ ସହ ବିଦ୍ୟାଳୟରେ ଟପର ହୋଇଛନ୍ତି । ସେହିପରି ଉକ୍ତ ବିଦ୍ୟାଳୟରେ ବିଜ୍ଞାନ ପରୀକ୍ଷାରେ ମୋଟ ୫୧ ଜଣ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୦୨ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୪ ଜଣ, ତୃତୀୟ ଶ୍ରେଣୀରେ ୩୦ ଜଣ ପାସ ହୋଇ ବିଜ୍ଞାନରେ ବିଦ୍ୟାଳୟର ପାସହାର ୮୮.୨୩ ପ୍ରତିଶତ ରହିଅଛି । ବିଜ୍ଞାନ ବିଭାଗରେ ବିଦ୍ୟାଳୟରୁ ଏନ. ଶାଇନି ୩୮୦ ମାର୍କ ସହ ୬୩.୩୩ ପ୍ରତିଶତ ରଖି ବିଦ୍ୟାଳୟ ସହ ବ୍ଲକ ଟପର ହୋଇଛନ୍ତି ।

ad-week
Leave A Reply

Your email address will not be published.