୬ ଜୁଆଡି ଗିରଫ, ୨୫ ହଜାର ୨୫ ଟଙ୍କା ଓ ୩ ମୋବାଇଲ ଜବତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ବଉଳଘାଇ ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢ଼ାଉ କରିଛି। ଚଢ଼ାଉରେ ୬ ଜଣ ଜୁଆଡିଙ୍କୁ ପୁଲିସ ଗିରଫ କରିଛି। ଗିରଫ ଜୁଆଡି ମାନେ ହେଲେ ହିଞ୍ଜିଳି ଥାନା ବଉଳଘାଇ ଗ୍ରାମର ପିଣ୍ଟୁ ଭୁୟାଁ (୨୬), ଚିନ୍ମୟ ସ୍ବାଇଁ ((୨୨), କଂସ ସ୍ବାଇଁ (୩୦), ଜିତୁ ସ୍ବାଇଁ (୨୪), ପାଟପୁର ଥାନା ରଘୁନାଥପୁର ଗ୍ରାମର ମିଟୁ ପାଢି (୩୩) ଓ ନରସିଂହପୁର ଗ୍ରାମର ଆଲୋକ ପ୍ରଧାନ (୨୩) । ଘଟଣା ସ୍ଥଳରୁ ପୁଲିସ ୨୫ ହଜାର ୨୫ ଟଙ୍କା ସମେତ ୩ଟି ମୋବାଇଲ ଫୋନ୍ କୁ ଜବତ କରାଯାଇଛି। ଆଗାମୀ ଦିନରେ ହିଞ୍ଜିଳି ଥାନା ଇଲାକାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ ଜାରୀ ରହିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ଚଢ଼ାଉରେ ଥାନା ଏସଆଇ ରଶ୍ମିରଞ୍ଜନ ସାମଲ, ଆଡପଡା ଫାଣ୍ଡି ଅଧିକାରୀ ଅନନ୍ତ ଶବର, କନେଷ୍ଟବଳ ଜଳନ୍ଧର ନାୟକ, ମନୋଜ କୁମାର ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।‌

ad-week
Leave A Reply

Your email address will not be published.