ବିକାଶର ମୁକ ସାକ୍ଷୀ ହେଉଛି ଉମରକୋଟ ବ୍ଲକ ର ବକୋଦା ପଂଚାୟତ : ଧର୍ମକୁ ଆଖିଠାର ନୀତିରେ ଚାଲିଛି ଉର୍ଣ୍ଣୟନ ମୂଳକ କାର୍ଯ୍ୟ…

add-all

ଜିଲ୍ଲା ପରିଷଦ ଓ କନିଷ୍ଠ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ସରକାରୀ ଅନୁଦାନ ଟଙ୍କା ହର ଲୁଟ…!!


ଉମରକୋଟ:- (୨୨/୦୫/୨୦୨୫) ମିଛ ବିକାଶର ମୁକ ସାକ୍ଷୀ ହେଉଛି ଏହି ବକୋଦା ପଂଚାୟତ। କହିବାକୁ ଗଲେ କିଛି ଜନ ପ୍ରତିନିଧି ଓ କନିଷ୍ଠ ଯନ୍ତ୍ରୀଙ୍କ ରୋଜଗାରର ମାଧ୍ୟମ ହୋଇ ରହିଯାଇଛି ଏହି ପଂଚାୟତ।ଏଠି ଗାଁ ମୁଣ୍ଡରୁ ହିଁ ବିକାଶ ମୁଁହ ମାଡ଼ି ପଡି ରହିଥିବା ଦେଖିବାକୁ ମିଳିଛି।ଏହି ପଂଚାୟତର ଚନ୍ଦ୍ରପୁରୀ ଗ୍ରାମ ଠାରୁ ଦୁଗଲାହାଣ୍ଡି ଗ୍ରାମକୁ ଯାତାୟାତ ନିମନ୍ତେ ପକ୍କା ରାସ୍ତା ନାହିଁ, ଯେଉଁ ରାସ୍ତା ରହିଛି ସେଥିରେ ସ୍ଥାନୀୟ ଜିଲ୍ଲା ପରିଷଦ ଚନ୍ଦନ ରାୟ ବାବୁ ଓ କନିଷ୍ଠ ଯନ୍ତ୍ରୀ ଉଦୟନାଥ ମୁର୍ମୁ ବଡ଼ ବାବୁଙ୍କ ମିଳିତ ମଧୁଚନ୍ଦ୍ରିକାରେ ସ୍ଥାନୀୟ ସରଳ ଜନ ସାଧାରଣଙ୍କୁ ଭୁଆଁ ବୁଲେଇ ଶୀତତାପ କକ୍ଷ ଆରାମ ଚେୟାରରେ ବସି ନିଜ ପକେଟ ଗରମ କରିବାରେ ଲାଗିଛନ୍ତି। ମନରେଗା ଯୋଜନାରେ ମାଟି ମୁରୁମ ପକେଇ ବିନା ଫଳକରେ ଲକ୍ଷ ଲକ୍ଷ ଟଙ୍କା ବିଲ କରି ଆତ୍ମସାତ କରିବାକୁ ବସିଲେଣି। ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଵକୋଦା ପଂଚାୟତର ଚନ୍ଦ୍ରପୁରୀ ଠାରୁ ଦୁଗଲାହାଣ୍ଡିକୁ ସଂଯୋଗ କରୁଥିବା ରାସ୍ତାର।ଏହି ରାସ୍ତା ରେ ପ୍ରତି ବର୍ଷ କେବଳ ମାଟି ମୁରୁମ ପକେଇ ବିନା ଫଳକ ନାମାରେ ଜିଲ୍ଲା ପରିଷଦ ନିଜେ ଠିକାଦାର ସାଜି କନିଷ୍ଠ ଯନ୍ତ୍ରୀ ଉମରକୋଟଙ୍କ ସହ ମଧୁଚନ୍ଦ୍ରିକା କରି ଗରିବ ନିରୀହ ଲୋକଙ୍କ ପାଇଁ ନିର୍ମାଣ ହେବାକୁ ଥିବା ରାସ୍ତା ଦିନ ଦ୍ବିପ୍ରହରେ ଖାଇ ଗଲେଣି।ଏହାକୁ ନେଇ ବକୋଦା ପଞ୍ଚାୟତର ଜ୍ଞାନୀ,ଗୁଣି, ବୁଦ୍ଧିଜୀବୀ ସହ ପଞ୍ଚାୟତ ବାସୀ ପ୍ରଶ୍ନବାଚୀ ସୃଷ୍ଟି କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଦିନର କଥା ତେଣିକି ଥାଉ ବର୍ତ୍ତମାନ ଶୁଖିଲା ରାସ୍ତାରେ ମଧ୍ୟ ଗାଡିଟିଏ ଧରି ଯିବା କଷ୍ଟ ସାଧ୍ୟକର।ଏବିଷୟରେ ସ୍ଥାନୀୟ ଉମରକୋଟ ଗୋଷ୍ଟୀ ଉନ୍ନୟନ ଅଧିକାରୀ (ବିଡ଼ିଓ )ଶ୍ରୀ ମନୋଜ କୁମାର ମେହେରଙ୍କ ଅବଗତ କରାଇବାରୁ କହିଛନ୍ତି ତଦନ୍ତ କରି ଯାଞ୍ଚ କରାଯିବ ଏବଂ କାର୍ଯ୍ୟରେ ଯଦି କିଛି ଦୁର୍ନୀତି ଦେଖାଦିଏ ତାହାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତମାନ ଦେଖିବାକୁ ବାକି ରହିଲା ଜଣେ ଜନ ପ୍ରତିନିଧି ଓ କନିଷ୍ଠ ଯନ୍ତ୍ରୀଙ୍କ କାରନାମା ଉପରେ ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା.. I

ad-week
Leave A Reply

Your email address will not be published.