ମାଲକାନଗିରିର ଦୁଇ ଆଇନଜୀବି ସମ୍ବର୍ଦ୍ଧିତ

youtube

ମାଲକାନଗିରି, ୨୨।୫ : କୋରାପୁଟ ଜିଲ୍ଲାର କୋଟପାଡ ଓକିଲ ସଂଘ ପକ୍ଷରୁ ଗତକାଲି ଅଭିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଓକିଲ ସଂଘକୁ ନେଇ ପଟେଲ କନଭେନସନ ହଲରେ ଲିଗାଲ ସେମିନାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଜଷ୍ଟିସ ଶଶିକାନ୍ତ ମିଶ୍ର, ଓଡିଶା ହାଇକୋର୍ଟ ଜର୍ଜ ଏବଂ ସମ୍ମାନିତ ଅତିଥି ଭାବେ ଯଷ୍ଟିସ ଶିବଶଙ୍କର ମିଶ୍ର, ଓଡିଶା ହାଇକୋର୍ଟ ଜର୍ଜ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆଇନ ଏବଂ ସାକ୍ଷରତାକୁ ନେଇ ଅତି ସୁନ୍ଦର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାଲକାନଗିରି ଜିଲ୍ଲାର ପୂର୍ବତନ ବାର ଆସୋସିଏସନର ସଭାପତି ତଥା ବରିଷ୍ଟ ଆଇନଜୀବି ନୃସିହଁ ଚରଣ ମହାନ୍ତି ଓ ବରିଷ୍ଟ ଆଇନଜୀବି ଲମ୍ବୋଦାର ତୁରୁକଙ୍କୁ ଜଷ୍ଟିସ ଶଶିକାନ୍ତ ମିଶ୍ର ଓ ଯଷ୍ଟିସ ଶିବଶଙ୍କର ମିଶ୍ର ଉପଢୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଦୁଇ ଆଇନଜୀବି ଅଭିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଆଇନଜୀବିଙ୍କ ସହ ସୁସମ୍ପର୍କ ଓ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଉ ଥିବାରୁ କୋଟପାଡ ବାର ଆସୋସିଏସନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରଯାଇଥିଲା। ତେବେ ସମ୍ମାନିତ ହୋଇଥିବା ଉଭୟ ବରିଷ୍ଟ ଆଇନଜୀବିଙ୍କୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏବଂ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବେସ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.