ମାଲକାନଗିରିର ଦୁଇ ଆଇନଜୀବି ସମ୍ବର୍ଦ୍ଧିତ

youtube

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆଜି ଦ୍ବିପହରରେ ଜଂଗଲରୁ ସମସ୍ତ ୨୭ଟି ଶବ ପହଞ୍ଚିଥିଲା। ଏହା ପରେ ପୁଲିସ ବିଭାଗର ଡିଜିପି ସମେତ ସମସ୍ତ ଉଚ୍ଚ ପଦାଧିକାରୀ ପହଞ୍ଚିଥିଲେ। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଡିଜିପି ସାମ୍ବାଦିକ ସମ୍ମିଳନୀରେ ଏହି ବଡ ଏନକାଉଣ୍ଟରର ବିସ୍ତୃତ ବିବରଣୀ ରଖିଥିଲେ। ଗତ ତିନି ଦିନ ପୂର୍ବେ ଚାରି ଜିଲ୍ଲାର ଡିଆରଜି ଯବାନ ଆବୁଝମାଡ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇବା ପରେ ଏହି ଚଢାଉ କରାଯାଇଥିଲା। ଗତକାଲି ସକାଳୁ ନକ୍ସଲ ସହ ଲଢେଇରେ ୨୭ ନକ୍ସଲ ମୃତ୍ୟୁବରଣ କରିବା ସହ ଏକେ-୪୭ ବନ୍ଧୁକ ସହ ଏସଏଲଆର,ଇନସାସ ସମେତ ବହୁ ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଥିବା ପୁଲିସ କହିଛି।
ଗତ ୪୦ ବର୍ଷର ନକ୍ସଲ ଇତିହାସରେ ବୁଧବାର (୨୦୨୫ ମେ ୨୧) ହିଁ ଥିଲା ସବୁଠାରୁ ବଡ଼ ଅପରେସନ। କେନ୍ଦ୍ରୀୟ କମିଟିର ସାଧାରଣ ସଂପାଦକ ବାସବରାଜୁକୁ ନିପାତ କରିବା ପରେ ସଂଗଠନ ଏକ ପ୍ରକାର ଦୁର୍ବଳ ହୋଇଯିବ ବୋଲି ପୁଲିସ କହିଛି। ବାସବରାଜୁ ସହ ତାର ସମସ୍ତ ଅଙ୍ଗରକ୍ଷକମାନେ ମଧ୍ୟ ନିପାତ ହୋଇଛନ୍ତି। ପିଏଲଜିଏର ପ୍ଲାଟୁନ ନମ୍ବର ୭ର ୪୦ ନକ୍ସଲ ତାଂକୁ ସୁରକ୍ଷା ପ୍ରଦାନ କରୁଥିଲେ। ଗତ କିଛି ଦିନ ହେଲା ଆବୁଝମାଡ ଜଂଗଲରେ ବାସବରାଜୁ ବୁଲୁଥିଲା। ଗୋଟିଏ ସ୍ଥାନରେ ବେଶି ଦିନ ରହୁନଥିଲା। ବାସବରାଜୁର ଗନମ୍ୟାନ ରହିଥିବା ଜଣେ ନକ୍ସଲ ଆତ୍ମସମର୍ପଣ ପରେ ତାର ସମସ୍ତ ଠିକଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲା।
ପୁଲିସ କହିଛି ଗତ ଏକ ମାସ ଧରି ସୁରକ୍ଷାକର୍ମୀମାନେ ବାସବରାଜୁ ନିକଟରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଥିଲେ। ଆବୁଝମାଡର ବୋଟେର ଏବଂ ଜାଟଲୁର ଗ୍ରାମ ନିକଟରେ ବାସବରାଜୁ ବୁଲୁଥିବା ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଗତକାଲି ସକାଳୁ ବାସବରାଜୁ ସମେତ ଅନ୍ୟ ନକ୍ସଲଙ୍କୁ ସୁରକ୍ଷା ବାହିନୀର ଯବାନମାନେ ଘେରିଥିଲେ।
କୁଖ୍ୟାତ ମାଓବାଦୀ ହିଡମାକୁ ବାସବରାଜୁ ବନ୍ଧୁକ ଧରାଇ ଥିଲା। ହିଡମାକୁ ଶକ୍ତିଶାଳୀ କରିବାରେ ବାସବରାଜୁର ପ୍ରମୁଖ ହାତ ରହିଥିଲା। ସବୁଠାରୁ ବଡ଼ ଦୁର୍ଦାନ୍ତ ପିଏଲଜିଏ ଟିମ ଗଠନ କରିଥିଲା। ବସ୍ତର ଅଂଚଳରେ ନକ୍ସଲ ସଂଗଠନକୁ ମିଲିଟାରି ରୂପ ଦେଇଥିଲା। ଶ୍ରୀଲଙ୍କାର ଏଲଟିଟିଇ ଠାରୁ ସେ ବିଭିନ୍ନ ହତିଆର ତାଲିମ ନେବା ସହ ଆକ୍ରମଣ କରିବା କୌଶଳ ଏବଂ ଲ୍ୟାଣ୍ଡମାଇନ ନିର୍ମାଣ ଶିଖିଥିଲା।
ବାସବରାଜୁର ମୃତଦେହକୁ ହେଲିକେପ୍ଟର ଯୋଗେ ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଥିଲା। କାରଣ ତାର ପଦବି ବଡ ଥିବା ବେଳେ ରାସ୍ତାରେ ଆଣିବା ସୁରକ୍ଷିତ ନଥିଲା। ଆଜି ସକାଳୁ ବାସବରାଜୁର ଶବ ପହଞ୍ଚିବା ପରେ ତାଂକୁ ଦେଖିବାକୁ ଲୋକାରଣ୍ୟ ହୋଇଥିଲା। ଅନ୍ୟ ନକ୍ସଲ ମଧ୍ୟରେ ବହୁ ବଡ ବଡ ପଦବିରେ ରହିଥିବା ନକ୍ସଲ ମୃତ୍ୟୁବରଣ କରିଥିବା ପୁଲିସ କହିଛି। ଚିହ୍ନଟ ପରେ ସମସ୍ତ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି। କେବଳ ଡିଆରଜି ଯବାନ ହିଁ ଏହି ଜଂଗଲକୁ ଚିହ୍ନି ଥିବାରୁ ସେମାନଙ୍କୁ ଅପରେସନକୁ ପଠାଯାଇଥିବା କୁହାଯାଇଥିଲା।
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଆମେ ନକ୍ସଲ ଦମନରେ ସଫଳତା ପାଇବୁ ବୋଲି ପୁଲିସ କହିଛି। ବାସବରାଜୁଙ୍କ ମୃତ୍ୟୁରେ ସଂଗଠନର ଅଣ୍ଟା ଭାଙ୍ଗିଯାଇଛି। ଆମେ ପ୍ରାୟ ଅଂଛଲକୁ କବଜା କରିସାରିଲୁଣି। ଆଗାମୀ ଦିନରେ ସବୁ ନକ୍ସଲ ପ୍ରବଣ ଅଂଚଳକୁ କବଜା କରି ନକ୍ସଲଙ୍କୁ ବିତାଡିତ କରିବୁ ବୋଲି ପୁଲିସ ସ୍ପଷ୍ଟ କରିଛି। ଧାର୍ଯ୍ୟ ତାରିଖ ସୁଦ୍ଧା ଆମେ ନକ୍ସଲ ଦମରେ ସଫଳ ହେବୁ ବୋଲି କହିଛି। ଜଂଗଲରେ ଅପରେସନ ଏବେ ବି ଜାରି ରହିଥିବା କୁହାଯାଇଛି।

Leave A Reply

Your email address will not be published.