ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

add-all

ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଗୁରୁବାର ସକାଳେ ମୃତଦେହ ଉଦ୍ଧାର ହୋଇଛି । ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଯୁବକଙ୍କ ନାଁ ସନାତନ ରାଉତ। ମୃତକଙ୍କ ଘର ଭୀମଟାଙ୍ଗି ସ୍ଥିତ ଖଣ୍ଡୁଆଳ ସାହିରେ ବୋଲି ଜଣାପଡ଼ିଛି। କ୍ଷତବିକ୍ଷତ ଅବସ୍ଥାରେ ସନାତନଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା
ସନାତନଙ୍କ ଭାଇ ରବୀନ୍ଦ୍ର ବେହେରା ହତ୍ୟା ଅଭିଯୋଗ ଆଣିଛନ୍ତି। କେହି ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ସେ କହିଛନ୍ତି। ମୃତକଙ୍କ ବୟସ ୩୩ ବୟସ ବୋଲି କୁହାଯାଉଛି। ଲିଙ୍ଗରାଜ ଷ୍ଟେସନ ରୋଡ଼ ପାଖରେ ଥିବା ଶ୍ରମିକହାଟରେ ସେ କାମଧନ୍ଦା ଉଦ୍ଦେଶ୍ୟରେ ଆସି ଛିଡ଼ା ହେଉଥିବାର ଲୋକେ କହିଛନ୍ତି। ଅନେକ ସମୟରେ ନିଶା ସେବନ କରି ଘରେ ଓ ବାହାରେ ମାରପିଟ କରନ୍ତି ବୋଲି ମୃତକଙ୍କ ସମ୍ପର୍କୀୟ କହିଛନ୍ତି ।
ଲିଙ୍ଗରାଜ ଷ୍ଟେସନ ରୋଡ଼ ନିକଟରେ ବାହାରୁ ଆସି ଲୋକେ ଶ୍ରମିକ ଭାବେ କାମ କରୁଥିବାରୁ ଷ୍ଟେସନ ନିକଟରେ ନିଶା କାରବାର ବଢୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।
ଖବର ପାଇ ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି । ଲିଙ୍ଗରାଜ ଷ୍ଟେସନ ନିକଟ ଜନଗହଳି ପୂର୍ଣ୍ଣ ସ୍ଥାନରେ କିଭଳି ଅଭାବନୀୟ ଘଟଣା ଘଟିଲା ତାକୁ ନେଇ ପୁଲିସ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।

ad-week
Leave A Reply

Your email address will not be published.