ଦୁଇ ଇଂଜିନିୟର ଠୁ କୋଟିଏ ୫ ଲକ୍ଷ ଠକେଇ, ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

youtube

ଖୋର୍ଦ୍ଧା: ଇଂଜିନିୟରଙ୍କୁ ଲକ୍ଷଲକ୍ଷ ଟଙ୍କାର ଚୂନ । ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ।  ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଓରଫ ବିରଞ୍ଚି ପଟ୍ଟନାୟକ ଦୁଇ ଜଣ ଇଂଜିନିୟଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇଥିଲା । ଉଚ୍ଚ ଦରମାରେ ନିଯୁକ୍ତି ଦେବ କହି ଜଣେ ଏରୋନେଟିକ ଇଂଜିନିୟରଙ୍କୁ ୯୦ ଲକ୍ଷ ଟଙ୍କାର ଚୂନ ଲଗାଇଥିଲା ।  ବ୍ରିଟିଶ ଏୟାର ୱେଜ୍ ଓ ଲୁପଥାନ୍ସା ଏୟାରୱେଜରେ ଚାକିରି ଦେବ କହିଥିଲା ଠକ ।  ତାଙ୍କ ଠାରୁ ୯୦ ଲକ୍ଷ ଟଙ୍କା ଠକି ନେଇଥିଲା । ଆଉ ଜଣେ ଇଲୋକଟ୍ରୋନିକ୍ସ ଇଂଜିନିୟରଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିଲା । ଗୁଣୁପୁର ଥାନାରେ ଉଭୟ ଠକେଇ ଘଟଣାରେ ମାମଲା ରୁଜୁ ହୋଇଥିଲା ।  ଏହାର ତଦନ୍ତ କରି ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.