
ସମ୍ବଲପୁର: ଉପରମୁଣ୍ଡରେ ଲଗାତାର ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି । ଯାହାକୁ ନଜରରେ ରଖି ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏକ ଚେତାବନୀ ଜାରି କରିଛନ୍ତି । ତଳ ମୁଣ୍ଡର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଯାଇଛି ।
କର୍ତ୍ତୃପକ୍ଷଙ୍କ ଚିଠି ଅନୁସାରେ, ଜୁନ୍ ୧ରୁ ୩୧ ଜୁନ୍ ମଧ୍ୟରେ ଯେକୌଣସି ସମୟରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇପାରେ । ବନ୍ୟା ଜଳ ନିୟନ୍ତ୍ରଣ କକ୍ଷର ଟେଲିଫୋନ ନମ୍ବର ସୂଚନା ପାଇଁ ପ୍ରଦାନ କରାଯାଇଛି । ଏହି ସମୟରେ ଲୋକମାନଙ୍କୁ ନଦୀକୁ ନ ଯିବା ପାଇଁ ଚେତାବନୀ ଦିଆଯାଇଛି ।
ଜିଲ୍ଲାପାଳମାନଙ୍କୁ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ସେମାନଙ୍କ ସ୍ତରରେ ଚେତାବନୀ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବନ୍ୟା ଜଳ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମର ନମ୍ବର ମଧ୍ୟ ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ନଦୀକୁ ନଯିବା ପାଇଁ ବାରଣ କରାଯାଇଛି ।