
ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ୪ କୁଖ୍ୟାତ ମାଓବାଦୀ। ମହାରାଷ୍ଟ୍ର ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ(ସିଆରପିଏଫ)ର ମାଓ ବିରୋଧୀ ଅଭିଯାନରେ ମିଳିଛି ଏହି ବଡ଼ ସଫଳତା। ମହାରାଷ୍ଟ୍ର-ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ଶୁକ୍ରବାର ସୁରକ୍ଷା ବାହିନୀ ଏବଂ ମାଓମାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଜଣ କୁଖ୍ୟାତ ମାଓବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ଏଥିସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ତଲାସୀ ଅଭିଯାନ ଚଳାଇଥିଲେ ପୁଲିସ ଓ ସିଆରପିଏଫ ଯବାନ।