
ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଆଖିରେ ରଖି ଓଡିଶା ରକ୍ତଦାତା ମହାସଂଘ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆଜି ବିଶ୍ଵ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଅଛି। ଉକ୍ତ ଶିବିର ରେ ବିଶ୍ଵ ଦକ୍ଷତା କେନ୍ଦ୍ର ର ଛାତ୍ରଛାତ୍ରୀ, କର୍ମଚାରୀ ମାନେ ବିପୁଳ ମାତ୍ରା ରେ ରକ୍ତଦାନ କରି ଥିଲେ । ସର୍ବ ମୋଟ ୪୪୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ପାରିଛି । ଯାହା କି ଏକ କାଳୀନ ରେକର୍ଡ । ଶିବିର ରେ ମହାସଂଘର କୋଷାଧ୍ୟକ୍ଷ ରାଜେଶ ନାୟକ, ସଧାରଣ ସମ୍ପାଦକ ତ୍ରିଲୋଚନ ଦାଶ, ସଭାପତି ଅକ୍ଷୟ କୁମାର ରାଉତ୍ ,ମହିଳା ବିଭାଗ ସମ୍ପାଦିକା ଆର୍ଜୁ ବିବି ନିଜେ ଉପସ୍ଥିତ ରହି ଶିବିର କୁ ସୂଚାର ରୂପେ ପରିଚାଳନା କରି ଥିଲେ । କେନ୍ଦ୍ର ର ଉପ ନିର୍ଦ୍ଦେଶକ ଶୈଳେଶ କୁମାର ମିଶ୍ର, ଶୁଭକାନ୍ତ ପ୍ରଧାନ , ନିର୍ଭୟ ମହାନ୍ତି , ଅକ୍ଷୟ କୁମାର ମିଶ୍ର , ବ୍ରହ୍ମାନନ୍ଦ ସାହୁ, ଅନିଲ କୁମାର ଦାଶ ଓ ବିପ୍ଳବ ରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମସ୍ତ ଯୁବ ବର୍ଗୀୟ ରକ୍ତଦାତା ଓ ପ୍ରଥମ ଥର ରକ୍ତଦାନ କରୁଥିବା ଅନେକ ଯୁବ ସମାଜ କୁ ସମ୍ପାଦକ ଓ ସଭାପତି ଧନ୍ୟବାଦ ଜଣେଇ ଥିଲେ । ଶେଷ ରେ ଏହି ପରିକଳ୍ପନା ପାଇଁ ଅନୁଷ୍ଠାନକୁ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଜଣେଇ ଥିଲେ ।