
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ । ଯାହାପରେ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ଥାନାରେ ଜିମା ଦେଇଥିଲେ । ମନ୍ଦିରରେ ବଡ଼ ଘୋକାଳ ନୀତି ହେବା ପରେ ପୁଣିଥରେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ ଜଣେ ରୋମନିଆର ଯୁବକ ମନ୍ଦିର ଭିତରେ ପଶିଆସିଥିଲେ ।
ତେବେ ଏଭଳି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏଭଳି ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । କେତେବେଳେ କିଛି ବ୍ୟକ୍ତି ମନ୍ଦିର ଭିତରକୁ ମୋବାଇଲ ନେଇ ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ତ କେତେବେଳେ ମନ୍ଦିର ବେଢ଼ାରେ ସିଗାରେଟ୍ ଟାଣୁଛନ୍ତି । ଆଜି ପୁଣି ଏଭଳି ଏକ ଅଭାବନୀୟ ଘଟଣା ଲିଙ୍ଗରାଜ ମନ୍ଦିରର ଢିଲା ସୁରକ୍ଷାକୁ ପ୍ରମାଣିତ କରିଛି ।