ଆସିକା ଓ.ଏସ.ଆର.ଟି.ସି ବସଷ୍ଟାଣ୍ଡକୁ ସୁରକ୍ଷିତ ଭାବେ ଯାତ୍ରୀବାହୀ ବସ ଆସିବତ…..?

add-all

ତ୍ରୁଟିପୂର୍ଣ୍ଣ ଓ ନିମ୍ନ ମାନର ଡ୍ରେନେଜ ନିର୍ମାଣ…!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗା ରୋଡ଼ ଉଭୟ ପାର୍ଶ୍ଵରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଡ୍ରେନଜ ନିର୍ମାଣ ଚାଲିଛି। ଏହି ଡ୍ରେନେଜ ନିର୍ମାଣ ବେଳେ ସ୍ୱଳ୍ପ ଗେଜର ଛଡ଼ ସାଙ୍ଗକୁ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଆସୁଛି। ନିର୍ମାଣ ସମୟରେ ବିଭାଗୀୟ କୌଣସି ଅଧିକାରୀ ରହୁନଥିବା ଯୋଗୁଁ ଏଭଳି କାର୍ଯ୍ୟ ହେଉଥିବା ଚର୍ଚ୍ଚା ହେଉଛି। ଡ୍ରେନେଜ ନିର୍ମାଣ ବେଳେ ତାହାର ଉପରେ ସ୍ୱଳ୍ପ ମୋଟା ଘୋଡଣି ଯେଉଁ ଭାବେ ନିର୍ମାଣ କରାଯାଉଛି। ସେହି ଘୋଡଣି ଉପରେ ଯାନବାହାନ କେତେ ସୁରକ୍ଷିତ ଭାବେ ଯାତାୟାତ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଓ.ସ.ଆର.ଟି. ସି ବସଷ୍ଟାଣ୍ଡ ଭିତରକୁ ଯିବା ପାଇଁ ଯେଉଁ ଡ୍ରେନ ନିର୍ମାଣ ଚାଲିଛି। ତାହା ଉପରେ ଘୋଡଣି ଯେପରି ନିର୍ମାଣ ହୋଇଛି, ତାହା ଉପରେ ଭାରି ଯାନ ଯାତାୟାତ ବେଳେ ଯାତ୍ରୀ ମାନେ ସୁରକ୍ଷିତ ଭାବେ ଯିବେକି..? ଅଘଟଣ ପାଇଁ ଦାୟୀ କିଏ ରହିବ ବୋଲି ଆଲୋଚନା ହେଉଛି।

ad-week
Leave A Reply

Your email address will not be published.