ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା, ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସେବାୟତ

youtube

ମାନୁନାହିଁ ଇସ୍କନ । ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା । ଗତ ୩ଦିନ ତଳେ ଦକ୍ଷିଣ ଆଫ୍ରିକାର ସାଣ୍ଡଟନ୍ ସହରରେ ରଥଯାତ୍ରା କରିଥିଲା ଇସ୍କନ । ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବସାଇ ରଥ ଟଣାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଭିଡିଓରେ ଚତୁର୍ଥ ବାର୍ଷିକ ରଥଯାତ୍ରା କରାଯାଇଥିବା ଉଲ୍ଲେଖ କରାଯାଇଛି । ସ୍ନାନପୂର୍ଣ୍ଣିମା ପୂର୍ବରୁ ବିଭିନ୍ନ ଦେଶରେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ ।

ଏନେଇ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଇସ୍କନ ବାରମ୍ବାର ଏଭଳି କରୁଥିବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଲଣ୍ଡନରେ ଜୁଲାଇ ୬ରେ ସ୍ନାନଯାତ୍ରା ଓ ଜୁଲାଇ ୨୦ରେ ରଥଯାତ୍ରା ହେବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.