ବସ୍ତିରୁ ବାର୍‌ ସବୁଠି ମାତିଛନ୍ତି ବାଂଲାଦେଶୀ

add-all

ଭୁବନେଶ୍ୱରଳ,୨୭।୬: ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ। ଅନୁପ୍ରବେଶକାରୀ ରହୁଥିବା ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି ହେଉଛି। ବାଂଲାଦେଶୀ ବିଶୃଙ୍ଖଳା ଓ ଦେଶ ପ୍ରତି ବିପଦ ତିଆରି କରୁଛନ୍ତି।ସର୍ଭେ ଚାଲିଛି ପଦକ୍ଷେପ ନିଶ୍ଚୟ।

ପୂର୍ବରୁ ସେ କହିଥିଲେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟୁଇନ୍‌ ସିଟିରେ ଅପରାଧ ବଢୁଛି। ବସ୍ତିରୁ ବାର୍‌ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି। ତେବେ ସେମାନଙ୍କୁ ଚେକ୍‌ ଦେବାକୁ ନଗର ଉନ୍ନୟନ ଓ ଅବକାରୀ ବିଭାଗର ଆକ୍ସନ ପ୍ଲାନ କରିଛି।
ଅନ୍ୟପକ୍ଷେ ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ। ବସ୍ତିରେ ରହୁଥିବା ଅପରାଧିଙ୍କ ଘରକୁ ଭଙ୍ଗା ଯାଉଛି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.