ଭୁଲ ଅଲଟ୍ରା ସାଉଣ୍ଡ ରିପୋର୍ଟ ପାଇଁ ଶିଶୁ ମୃତ, ମା ଗୁରୁତର

add-all

ଭଦ୍ରକ: ଭୁଲ୍ ଅଲଟ୍ରା ସାଉଣ୍ଡ ରିପୋର୍ଟ ପାଇଁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଥିବାର ସୂଚନା ରହିଛି। ଏନେଇ, କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ପକ୍ଷରୁ ଭଦ୍ରକ ବାଇପାସ୍ ନିକରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ରାସ୍ତାରୋକ କରାଯାଇଛି।
ଭଦ୍ରକର ଏକ ଅଲଟ୍ରାସାଉଣ୍ଡ କେନ୍ଦ୍ରର ଭୁଲ୍ ରିପୋର୍ଟ ପାଇଁ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ପରିବାର ଲୋକେ ଓ ସ୍ଥାନୀୟ ଜନ ସାଧାରଣ ରାସ୍ତାରୋକ କରୁଛନ୍ତି। ଆଜି ସକାଳ ଠାରୁ ରାସ୍ତାରୋକ ଆରମ୍ଭ ହୋଇଛି। ଲଘୁଚାପ ଜନିତ ପ୍ରବଳ ବର୍ଷା ହେଉଥିଲେ ବି ଲୋକମାନେ ଅଲଟ୍ରା ସାଉଣ୍ଡ ସେଣ୍ଟର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏହି ଘଟଣାରେ ଭଦ୍ରକ ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକରୁ ଲୋକେ ହଟିଥିଲେ।
ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଦୋଳ ସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରିଙ୍କ ସ୍ତ୍ରୀ ଭଦ୍ରକର ବାଇପାସ୍ ସ୍ଥିତ ଓମ୍ ଶାନ୍ତି ଆଲଟ୍ରା ସାଉଣ୍ଡ କେନ୍ଦ୍ରକୁ ଆସି ଅଲଟ୍ରାସାଉଣ୍ଡ କରିଥିଲେ। ଅଲଟ୍ରାସାଉଣ୍ଡ ରିପୋର୍ଟରେ ସବୁ ଠିକ ଥିବା ଦର୍ଶାଇଥିଲେ। ମାତ୍ର ତାଙ୍କର ପିଲା ଜନ୍ମ ହେଲେ ବେଳେ ମୃତ ପିଲା ଜନ୍ମ ହୋଇଥିଲା। ଏହି ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟକୁ ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ଏହାର ତଦନ୍ତ ଦାବି କରିଥିଲେ। ସମ୍ପୃକ୍ତ ଅଲଟ୍ରାସାଉଣ୍ଡ କେନ୍ଦ୍ର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ପରିବାର ପକ୍ଷରୁ ଭଦ୍ରକ ଚାନ୍ଦବାଲି ରାସ୍ତାକୁ ବାଇପାସ୍ ନିକଟରେ ଅବରୋଧ କରାଯାଇଥିଲା। ଏଥିପାଇଁ ରାସ୍ତାରେ ଗାଡ଼ିମଟର ଚଳାଚଳ ବନ୍ଦ ହୋଇଯାଇଥିଲା। ପରେ ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝାସୁଝା କରିବା ପରେ ରାସ୍ତାରୋକରୁ ଲୋକେ ହଟିଥିଲେ।

ad-week
Leave A Reply

Your email address will not be published.