ଦେଶୀ ମଦ ବ୍ୟବସାୟକୁ ନେଇ ପ୍ରତିଦ୍ବନ୍ଦିତା ! ମୁଣ୍ଡ ଗଡ଼ିବା ଆଭାସ..!

add-all

ପ୍ରତିଦ୍ବନ୍ଦିତା ଯୋଗୁଁ ଅପମିଶ୍ର ମଦ ପ୍ରସ୍ତୁତ ଜୋର ଦାର ଚାଲିଛି….!

ଆଉ ଗୋଟେ ମଦ ମୃତ୍ୟୁ କୁ ଅପେକ୍ଷା କରିଛି ପ୍ରଶାସନ ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦେଶୀ ମଦ ପ୍ରସ୍ତୁତିରେ କେବଳ ମହୁଲ ନାଁ ରେ ସରକାରୀ ଦେଶୀ ଭାଟି ରହିଛି। ଅବକାରୀ ବିଭାଗ ର ସିଂହ ଭାଗ ଥାଇ ଆସିକା, ଶେରଗଡ଼, ପୁରୁଷୋତ୍ତମ ପୁର, ଚିକିଟି ଅଞ୍ଚଳ ରେ ଥିବା ସରକାରୀ ଦେଶୀ ଭାଟିରେ ମହୁଲ ନାଁ କେବଳ ଚାଲିଥିବା ଅଭିଯୋଗ ହେଉଛି।ପ୍ରତିଯୋଗିତା ପାଇଁ ସ୍ୱଳ୍ପ ସମୟ ମଧ୍ୟରେ ୟୁରିଆ, ଗୁଡ଼ ସାଙ୍ଗକୁ ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର ହୋଇ ପୋଚ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଏହି ମଦପାଉଚ ବିକ୍ରି ବେଳେ କେଉଁଠି ୬୫ ଟଙ୍କାରେ ବିକ୍ରି ହେଉଥିବା ବେଳେ କେଉଁଠି ୪୦ ଟଙ୍କାରେ ବିକ୍ରି ହେଉଛି। ଚିକିଟି ମଦ ମୃତ୍ୟୁ ପରେ ବି ଏହି ସବୁ ଅଞ୍ଚଳ ରେ ଅପମିଶ୍ରଣ କରି ଦେଶୀ ମଦ ପ୍ରସ୍ତୁତ ହେଉଛି। ଏହି ବେଆଇନ ଦେଶୀ ମଦ ପ୍ରସ୍ତୁତ ସମୟରେ ବ୍ୟବହାର ହେଉଥିବା ପୋଚ କୁ ଟେଷ୍ଟିଙ୍ଗ କରିବା ପାଇଁ ଅଭିଯୋଗ ହେଲେବି ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ପ୍ରତିଯୋଗିତା ପାଇଁ ଦେଶୀ ମଦ ଅପମିଶ୍ରଣ କରାଯାଉ ଥିବା ଏବେ ଚର୍ଚ୍ଚା ର ବିଷୟ ହୋଇଛି। ଭାଟି ମାଲିକଙ୍କ ନିର୍ଦ୍ଧେଶ ରେ କେବଳ ଛୋଟ ଛୋଟ କୋଚିଆ ମାନଙ୍କ ପକ୍ଷରୁ ବିକ୍ରି ହେଉଥିବା ମଦ ଅବକାରୀ ବିଭାଗ ଚଢ଼ାଉ କରି ବାଃ ବାଃ ନେଉଥିବା ଆଲୋଚନା ହେଉଛି। ଦେଶୀ ମଦକୁ ନେଇ ମଦ ମାଫିଆ ମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିବା ଯୋଗୁଁ ଗଞ୍ଜାମ ଜିଲ୍ଲାକୁ ମାଳ ମାଳ ମାଉଜର ଆସୁଛି। ଶତ୍ରୁଙ୍କ ମୁଣ୍ଡ ଗଡେଇବା ପାଇଁ ନୂଆ ନୂଆ ଯୁବକ ଓ ନାବାଳକ ମାନଙ୍କ ହାତରେ ମାଉଜର ଧରେଇ ଦେଇ ରାସ୍ତାରୁ ହଟେଇବା ପାଇଁ ଭାଇ ମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାର ମଦ ବ୍ୟବସାୟ ର ସମ୍ରାଟ ହେବାକୁ ବର୍ତ୍ତମାନ ପ୍ରତିଯୋଗିତା ଚାଲିଥିବା ନେଇ ମାଳ ମାଳ ମାଉଜର ଜବତ ହେବାର ଆଭାସ ମିଳୁଛି।

ad-week
Leave A Reply

Your email address will not be published.