ଆସିକାରେ ବିଭିନ୍ନ ପଞ୍ଚାୟତରେ ଠାକୁରଙ୍କ ନାଁ ନେଇ ଶପଥ ଚାଲିଛି.!

add-all

ଏବେ ଆସିକା ରାଜନୀତି ବର୍ଷା ଯୁଆଡେ ଛତା ସିଆଡେ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉତ୍ତୋରାଧିକାରୀ ଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି। ବିଭିନ୍ନ ପଞ୍ଚାୟତକୁ ଯାଇ ଆଗାମୀ ପୀଢ଼ି ପାଇଁ ଉତ୍ତୋରାଧିକାରୀଙ୍କ ସାଙ୍ଗରେ ସବୁଦିନ ରହିବା ସକାଶେ ଠାକୁର ଓ ଦେବତା ମାନଙ୍କ ଫୋଟ ଧରି ଶପଥ ପାଠ କରାଯାଉଥିବା ନେଇ ଆଲୋଚନା ହେଉଛି। ଆସିକା ରାଜନୀତି ରେ ସବୁବେଳେ ପବନ ଯୁଆଡ଼େ ଛତା ସିଆଡ଼େ ଭଳି କୁଜି ନେତା ମାନେ ଆଡଜଷ୍ଟ ହେବାର ନଜିର ରହିଛି। ଏହାକୁ ଆଖି ଆଗରେ ରଖି ମୋ ସାଙ୍ଗରେ ସବୁବେଳେ ରୁହ ଭବିଷ୍ୟତରେ ମୋ ଉତ୍ତୋରାଧିକାରୀ ସାଙ୍ଗରେ ରୁହ ବୋଲି ପ୍ରମାଣ ବା ଶପଥ ପାଠ କରାଯାଉ ଥିବା ଚର୍ଚ୍ଚା ହେଉଛି। ଆସିକାରେ ପଞ୍ଚାୟତ ସମିତି ବୈଠକ ପରେ ଦ୍ୱନ୍ଦ୍ୱରେ ରହି କିଛି କର୍ମୀ ସାଂସଦ ଙ୍କ ପାଖରେ ରହିଥିବା ବେଳେ ଆଉ କିଛି କର୍ମୀ ବିଧାୟକଙ୍କ ପାଖରେ ରହିଛନ୍ତି। ଗତ ରବିବାର ଦିନ କବିସୂର୍ଯ୍ୟନଗର ବ୍ଲକର ସିଆଳିଆ ପଞ୍ଚାୟତ ରେ ଶାସକ ଦଳର ଉଭୟ ଗୋଷ୍ଠି ର ସମର୍ଥକ ମୁହାଁ ମୁହିଁ ହେଲେ ସେହି ଭଳି ଆଗାମୀ ଦିନରେ ମଧ୍ୟ୍ ଅନ୍ୟ ପଞ୍ଚାୟତ ରେ ବି ଏଭଳି ପରିସ୍ଥିତି ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.