
ପ୍ରଶାସନ ର ଦୃଷ୍ଟି ପଡିବ କେବେ..?

ଉମରକୋଟ: ଦେଶ ସ୍ୱଧିନତା ର ୭୬ ବର୍ଷ ପରେ ବି ଆଜି ସୁଦ୍ଧା ଅବହେଳିତ ଉମରକୋଟ ବ୍ଲକ ବେହେଡା ପଞ୍ଚାୟତ ଅନ୍ତର୍ଗତ ଲିମାଗୁଡା, କୁମିବନ୍ଦ ( କୁମିବେଡା ) ଓ ସିଉନାଗୁଡ଼ା ଗ୍ରାମ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମାନ, ରାସ୍ତା ଘାଟ,ପାନୀୟ ଜଳ ଭଳି ମୌଳିକ ସମସ୍ୟା ରେ ଜର୍ଜରିତ ଏହି ସବୁ ଗାଁ। କେବଳ ନିର୍ବାଚନ ସମୟରେ ସବୁ ଦଳର ନେତାଙ୍କ ଦରଦ ଓ ବିକାଶ ପାଇଁ ଧୂଆଁବାଣ ଭଳି ଗଳା ଫଟା ଭାଷଣ ଓ ପ୍ରତିଶୃତି ଦେଇ ମଧ୍ୟ ଆଜି ବିକାଶ ଠାରୁ ବହୁ ଦୂରରେ ଆଜି ଏହି ସବୁ ଗାଁ ବୋଲି ନାଉଳୁ ଗଣ୍ଡ, ଯୁଗଧର ଗଣ୍ଡ,ସନାଧାର ଗଣ୍ଡ, ଶ୍ୟାମଲାଲ ଗଣ୍ଡ, କପୁର ଗଣ୍ଡ, ସୁକନାଥ ଗଣ୍ଡ ଓ ବଳ ଭତ୍ରା ସହ ପ୍ରମୁଖ ଗ୍ରାମବାସୀ ମାନେ ଘୋର ଅଭି ଯୋଗ କରିଛନ୍ତି। ଗ୍ରାମରେ ଯିବା ଆସିବା ମୁଖ୍ୟ ରାସ୍ତାକୁ ନେଇ।ଲିମାଗୁଡାଠୁ ସିଉନାଗୁଡ଼ା ଭାୟା କୁମିବନ୍ଦ( କୁମିବେଡା ) ଯିବା ପାଇଁ ରାସ୍ତାକୁ ନେଇ ଏହି ତିନି ଗ୍ରାମବାସୀ ବୃନ୍ଦ ଅଭିଯୋଗ କରିବା ଓ ପ୍ରଶାସନିକ ଅଧିକାରୀ ଙ୍କୁ ଲିଖିତ ଆକାରରେ ଜଣାଇବା ପରେ ମଧ୍ୟ ଫଳ ଶୂନ୍ୟ। ୩୫ ବର୍ଷ ଧରି ଏହି ତିନି ଖଣ୍ଡ ଗାଁ ରାସ୍ତା ପାଇଁ ନରକ ଯନ୍ତ୍ରଣା ଭଗୁଛନ୍ତି। ଖାଲ ଗର୍ତ୍ତରେ ପଡି ଆକସ୍ମିତ ଦୁର୍ଘଟଣା ର ଶିକାର ହେଉଛନ୍ତି ବାଟୋଇ ସହ ଗ୍ରାମ୍ୟ ଲୋକ। ନବରଙ୍ଗପୁର ଜ଼ିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ତିନି ଖଣ୍ଡ ଗାଁ ରାସ୍ତାର ସମସ୍ୟା ଦୂରୀଭୀତ କରି ଦେଲେ ଗାଁ ଲୋକେ ଉପକୃତ ହେଇଥାନ୍ତା କହି ଗୁହାରି କରିଛନ୍ତି।