ଭିଜିଲାନ୍ସ ଜାଲରେ ଆରଡି ବିଭାଗର ମୁଖ୍ୟଯନ୍ତ୍ରୀ: ୨କୋଟିରୁ ଅଧିକ ଟଙ୍କା ଜବତ…

add-all

ଭୁବନେଶ୍ୱର :କାଲି ନେଇଥାନ୍ତେ ଅବସର। ତା’ର୍ପୂବରୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ କୋଟିପତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ।ବାବୁଙ୍କ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଗଲା ହୋସ। ଜଳକା ହୋଇ ରହିଗଲେ ଭିଜିଲାନ୍ସ ଅଧିକାରୀ। ବାବୁଙ୍କ ଘରେ ଟଙ୍କା ଗଣି ଗଣି ହୋଇଗଲେ ହାଲିଆ। ଶେଷରେ ଟଙ୍କା ଗଣିବା ପାଇଁ ଆସିଲା ଟଙ୍କା ଗଣା ମେସିନ। ବାବୁଙ୍କ ଏତେ ଟଙ୍କା ଯେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ୫ ଶହ ଟଙ୍କିଆ ନୋଟ୍ ବିଡାକୁ ଝରକା ଦେଇ ବାହାରକୁ ଫିଙ୍ଗି ଦେଲେ ବାବୁଙ୍କ ସଂପର୍କୀୟ। ବାବୁଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ବୈକୁଣ୍ଠଙ୍କ ଅନୁଗୋଳ ଜିଲ୍ଲାରେ ଥିବା ଘର ସମେତ ଭୁବନେଶ୍ବର, ପୁରୀର ୭ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଅନୁଗୋଳ କାରଡ଼ାଗାଡ଼ିଆ ସ୍ଥିତ ବାସଭବନ ସମେତ ଲୋକେଇପଶି, ମାଟିଆସାହି ଓ ଶିକ୍ଷକପଡ଼ାରେ ଚଢ଼ାଉ କରିଛି ଭିଜିଲାନ୍ସ।

ସେହିପରି ଭୁବନେଶ୍ବରରେ ଥିବା ଅଫିସ ଓ ଡୁମଡୁମାରେ ଥିବା ଫ୍ଲାଟ୍ ସମେତ ପୁରୀ ଜିଲ୍ଲା ପିପିଲିର ଶିଉଳାରେ ଫ୍ଲାଟରେ ଚଢ଼ାଉ ଜାରି ରହିଛି। ଢେଙ୍କାନାଳ ଭିଜିଲାନ୍ସ ବିଭାଗ DSP ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ବୈକୁଣ୍ଠ ନାଥ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି। ମୁଖ୍ୟଯନ୍ତ୍ରୀଙ୍କର ଅନୁଗୋଳ ସ୍ଥିତ ବାସଭବନରୁ ୧.୧ କୋଟି ନଗଦ ଟଙ୍କା ମିଳିଥିବା ବେଳେ ଭୁବନେଶ୍ବର ସ୍ଥିତ ବାସଭବନରୁ ୧ କୋଟି ଟଙ୍କେ ଜବତ ହୋଇଛି। ଏଥିସହ ବାବୁଙ୍କ ଘରୁ ପୁଳାପୁଳା ସୁନାଗହଣା ଜବତ କରାଯାଇଛି।

ad-week
Leave A Reply

Your email address will not be published.